Mon. Apr 20th, 2026

ନ୍ୟୁଜ ଡେକ୍ସ : ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ଅଧୀନ ସାନଅତା ଗାଁରେ ଏକ ଅଭାବନୀୟ ଘଟଣା ପ୍ରକାଶିତ ହୋଇଛି। ପଡୋଶୀଙ୍କ ଫୁଲବାଡ଼ିରୁ ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବକ ତାପସ ଦାସଙ୍କ ମୃତ୍ୟୁ ଘଟିଛି। ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତନାତନି ପରିସ୍ଥିତି ଦେଖାଦେଇଛି।

ସୂଚନା ଅନୁସାରେ, ଭୋର ସମୟରେ ତାପସ ଦାସ ପଡୋଶୀ ଦିଲ୍ଲୀପ ରାଉତଙ୍କ ଫୁଲବାଡ଼ିକୁ ଫୁଲ ତୋଳିବାକୁ ପହଞ୍ଚିଥିଲେ। ସେଥିରେ ପୂର୍ବରୁ ବିଦ୍ୟୁତ ଚାଲୁ ରଖିଥିବା ଅଭିଯୋଗ ମୃତକଙ୍କ ପରିବାର କରିଛନ୍ତି। ସେଠାରେ ପୂର୍ବରୁ ବିଦ୍ୟୁତ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ ମୃତକଙ୍କ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ଜାଗା ମାଲିକଙ୍କ ମା’ ବିଦ୍ୟୁତ କରେଣ୍ଟ ଲାଗିବାକୁ ଖଣ୍ଡନ କରିଛନ୍ତି । ବାଡ଼ିରେ ବିଦ୍ୟୁତ୍ ସେ ଦେଇ ନ ଥିଲେ। ଯୁବକଙ୍କ ମୃତ୍ୟୁ କିପରି ହେଲା ସେ ଜାଣିନାହାନ୍ତି କହିଛନ୍ତି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *