ନ୍ୟୁଜ ଡେକ୍ସ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପନ୍ନ ହେଲା। ସମ୍ମିଳନୀରେ ୯ଟି ବିଭାଗର ୧୨ଟି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନକୁ ଅନୁମତିକ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି— ‘ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ’ ଗଠନ ପାଇଁ ସ୍ୱୀକୃତି।
ଏହି ନୂତନ ଆୟୋଗ ରାଜ୍ୟର ପୋଲିସ, ବନ ଓ ଅବକାରୀ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାକୁ ଦେଖାଶୁଣା କରିବ। ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି।ସେହିପରି ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ। ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।

