Mon. Feb 23rd, 2026

ନ୍ୟୁଜ ଡେକ୍ସ :କଂଗ୍ରେସରେ ‘ବିଭୀଷଣ’ ପ୍ରସଙ୍ଗ ନେଇ ଉଠିଥିବା ବିବାଦ ଆଉ ତେଜ ହୋଇଛି । ଏହି ନେଇ ପିସିସି ସଭାପତି ଭକ୍ତ ଦାସ ସାମ୍ନାକୁ ଆସି ସ୍ପଷ୍ଟ କରିଛନ୍ତି “ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି, ତାର ଅନେକ ଅଂଶ ଠିକ୍‌ ନୁହେଁ । ମୁଁ ଯାହା କୁହେ, ସାମ୍ନାସାମ୍ନି କୁହେ । ଲୁଚିକି କେବେ କହିନି ।”ସେ ଅଧିକ କହିଛନ୍ତି ଯେ, ଏହି ସମୟ ବାଦ–ବିବାଦର ନୁହେଁ, ବରଂ ଦଳକୁ ଏକତାର ସୁତ୍ରରେ ବାନ୍ଧିବାର ।

“ଯଦି ମୋ ମନ୍ତବ୍ୟରେ କେହି ଅସନ୍ତୁଷ୍ଟ, ସେମାନେ ମୋ ପାଖକୁ ଆସି ସିଧାସଳଖ ଆଲୋଚନା କରନ୍ତୁ । ପିସିସି ସଭାପତି କାହାର ପକେଟ୍‌ରେ ରହି କାମ କରିବା ପାଇଁ ନୁହେଁ ।” ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସରେ ବିଭୀଷଣ, ରାବଣ ଅଛନ୍ତି । ସୁଗ୍ରୀବର ବି ଆବଶ୍ୟକ ଅଛି । କଂଗ୍ରେସରେ ସବୁ ପ୍ରକାରର ଲୋକ ଅଛନ୍ତି । ଦଳର ଖୁବଶୀଘ୍ର ଏକ ବନ୍ଧୁ ମିଳନ ହେବ । ସମସ୍ତଙ୍କୁ ଏକାଠି କରିବା ପାଇଁ ଡାକିଲେ ସୁରେଶ ରାଉତରାୟ । ଦଳରେ ବିବାଦ ସୃଷ୍ଟି କରୁଥିବା ନେତାଙ୍କ ଉପରେ ବର୍ଷିଲେ ସୁର ରାଉତରାୟ ।

କହିଲେ, କଂଗ୍ରେସରେ ଏକତାର ଆବଶ୍ୟକତା ରହିଛି, ବିବାଦର ନୁହେଁ ।ପିସିସି ସଭାପତି ଭକ୍ତ ଦାସଙ୍କୁ ମହଙ୍ଗା ପଡ଼ିଛି ‘ବିଭୀଷଣ’ ପ୍ରସଙ୍ଗ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ ଭକ୍ତ ବିଭୀଷଣ କଥା କହିବା ପରେ ପ୍ରଥମେ ବରିଷ୍ଠ ଆଉ ଏବେ ଯୁବ ନେତା ବିଷ ଉଗାରିଛନ୍ତି । କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ବୋଲି ପ୍ରଶ୍ନ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ଏହି ‘ବିଭୀଷଣ’ ଉପାଖ୍ୟାନକୁ ନେଇ ଏବେ କଂଗ୍ରେସରେ ଝଡ଼ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ କିଛି ବରିଷ୍ଠ ନେତା ମୁହଁ ଖୋଲିଥିଲେ ।

Leave a Reply

Your email address will not be published. Required fields are marked *