Sun. Apr 19th, 2026

ନ୍ୟୁଜ ଡେକ୍ସ : ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ପରୀକ୍ଷାରେ ଅନିୟମିତତା ମାମଲାକୁ ନେଇ ସିବିଆଇ ତଦନ୍ତ ତୀବ୍ର କରିଛି। ଆଜି ଆଉ ୩ ଜଣ ପରୀକ୍ଷାର୍ଥୀ ସିବିଆଇ ସମନରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସେମାନେ ଦରକାରୀ କାଗଜପତ୍ର ସହ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ପହଞ୍ଚିଥିଲେ।ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ସିବିଆଇ ୨୦ ଜଣ ପରୀକ୍ଷାର୍ଥୀଙ୍କୁ ସମନ କରିଥିବା ବେଳେ ରବିବାର ସୁଦ୍ଧା ୧୦ ଜଣଙ୍କୁ ଜେରା କରାଯାଇଛି।

ମାମଲାରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଡିତ ଥିବା ସମସ୍ତଙ୍କୁ ପଚରାଉଚରା କରିବାକୁ ସିବିଆଇ ପ୍ରସ୍ତୁତ ହେଉଛି।ତଦନ୍ତର ମୁଖ୍ୟ ନଜର ରହିଛି କିଭଳି ଡିଲ୍ ହୋଇଥିଲା, କିଏ କାହାସହ ଯୋଗାଯୋଗ କରିଥିଲା, ଏବଂ ପରୀକ୍ଷା ପୂର୍ବରୁ କେମିତି ସଂଯୋଗ ସୃଷ୍ଟି ହୋଇଥିଲା ଏହାର ନୂଆ ତଥ୍ୟ ଜଉଡ଼ିବା ପାଇଁ ସିବିଆଇ ଆକ୍ରମକ ହୋଇ ଜେରା କରୁଛି। ଶନିବାର ସକାଳେ ଦୁଇ ଜଣ ପରୀକ୍ଷାର୍ଥୀଙ୍କୁ ପଚାରାଉଚରା କରି ପରେ ଛାଡ଼ାଯାଇଥିଲା। ଏହା ପରେ ଅପରାହ୍ନ ୩ଟା ସମୟରେ ଆଉ ୪ ଜଣ ପରୀକ୍ଷାର୍ଥୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେହିପରି ଆଉ ଜଣେ ପରୀକ୍ଷାର୍ଥୀ ପଣି ସନ୍ଧ୍ୟା ସମୟରେ ହାଜର ହୋଇଥିଲେ।ଗିରଫ ହୋଇ ପରେ ଜାମିନରେ ରହୁଥିବା ଏହି ପରୀକ୍ଷାର୍ଥୀମାନଙ୍କୁ ପୁଣିଥରେ ସିବିଆଇ ତଦନ୍ତ ପାଇଁ ଡାକିଛି। ମାମଲାର ଦିଗ୍ଗଜ ତଦନ୍ତ ଚାଲିଥିବା ସମୟରେ ଆସନ୍ତା କିଛି ଦିନରେ ଆଉ କେତେକ ନୂଆ ନାମ ସାମ୍ନାକୁ ଆସିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *