Sun. Apr 19th, 2026

ନ୍ୟୁଜ ଡେକ୍ସ : ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ କାର୍ଯ୍ୟରତ ମାଓ ସଂଗଠନର ଏମଏମସି ପ୍ରବକ୍ତା ଓ ମାଓ ନେତା ଅନନ୍ତ ଏକ ପ୍ରେସ୍ ରିଲିଜ ସହ ଅଡିଓ କ୍ଲିପ ଜାରି କରିଛନ୍ତି। ଏଥିରେ ସେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅପରେସନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ମାଓ ନେତାଙ୍କ କହିବା ଅନୁଯାୟୀ, ଅସ୍ତ୍ରବିରତି ପାଇଁ ଫେବୃଆରୀ ୧୫ ପର୍ଯ୍ୟନ୍ତ ସମୟ ପ୍ରୟୋଜନ।ଅଡିଓ କ୍ଲିପ୍‌ରେ ଅନନ୍ତ କହିଛନ୍ତି, “ଖୁବଶୀଘ୍ର ମାଓ ସଂଗଠନ ଅସ୍ତ୍ରବିରତି କରିବ। ତେଣୁ ଆମକୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ସମୟ ଦିଅନ୍ତୁ।”

ସେ ଆହୁରି କହିଛନ୍ତି ଯେ, ଅସ୍ତ୍ର ଦ୍ୱାରା ଆଦିବାସୀଙ୍କ ସମସ୍ୟାର ସମାଧାନ ସମ୍ଭବ ନୁହେଁ, ତେଣୁ ଶାନ୍ତି ବାର୍ତ୍ତା ପାଇଁ ସରକାର ମାଓ ଦମନ ଅପରେସନ ନିଲମ୍ବନ କରିବା ଆବଶ୍ୟକ। ଖୁବଶୀଘ୍ର ମାଓ ସଂଗଠନ ଅସ୍ତ୍ରବିରତି କରିବ ବୋଲି ସରକାରଙ୍କୁ ଆଶ୍ୱସନା ଦେଇଛନ୍ତି ମାଓ ନେତା ଅନନ୍ତ । ତେଣୁ ଅସ୍ତ୍ରବିରତି ପାଇଁ ଆମକୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଉ ବୋଲି ଅଡିଓ କ୍ଲିପ ରେ କୁହାଯାଇଛି । ଆହୁରି କୁହାଯାଇଛି ଯେ, ମାଓ ସଂଗଠନ ହୃଦୟଙ୍ଗମ କରିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ଦ୍ୱାରା ଆଦିବାସୀଙ୍କ ସମସ୍ୟାର ସମାଧାନ ହେବ ନାହିଁ ।

ତେଣୁ ଶାନ୍ତି ବାର୍ତ୍ତା ପାଇଁ ସରକାର ମାଓ ଦମନ ଅପରେସନ ବନ୍ଦ କରିବାକୁ ନିବେଦନ କରିଛନ୍ତି ମାଓ ସଂଗଠନର ପ୍ରବକ୍ତା ।ତେଣୁ ମାର୍ଚ୍ଚ ୨୦୨୬ ପୂର୍ବରୁ ମାଓ ସଂଗଠନର ସମସ୍ତ ସଦସ୍ୟ ପୋଲିସ ଆଗରେ ଆତ୍ମସମର୍ପଣ କରିବ ବୋଲି ଜଣାପଡିଛି । ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏମଏମସି ମାଓ ସଂଗଠନର ସମସ୍ତ ସଦସ୍ୟ ଏକାଠି ହୋଇ ପୋଲିସ ପାଖରେ ଆତ୍ମସମର୍ପଣ କରିବେ ବୋଲି ମାଓ ନେତା ଅନନ୍ତ ଏକ ଫୋନ କରି ସାମ୍ବାଦିକଙ୍କୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *