Sat. Feb 21st, 2026

ନ୍ୟୁଜ ଡେକ୍ସ : ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ରର ପ୍ରାୟ ଚାରି ବର୍ଷ ପରେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ଡିସେମ୍ବର ୧, ସୋମବାର ଦିନ ପରିଚିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ ନଦିମୋରୁଙ୍କୁ ବିବାହ କରିଛନ୍ତି।ଦୀର୍ଘ ଦିନ ଧରି ସାମନ୍ଥା ଓ ରାଜ ନଦିମୋରୁ ଡେଟିଂ କରୁଥିବା ନେଇ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଚାଲୁଥିଲା।

ଏବେ ସେହି ଚର୍ଚ୍ଚାକୁ ସତ୍ୟରେ ପରିଣତ କରିଛନ୍ତି ଏହି ଦୁଇଜଣ।ବିବାହ ପରେ ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ବଧୂ ବେଶର ଫଟୋ ସେୟାର କରିଛନ୍ତି। ଫଟୋଟିର କ୍ୟାପସନରେ ସେ “୧ ଡିସେମ୍ବର ୨୦୨୫” ଲେଖିଥିବାର ନଜର ଆସିଛି। ଫଟୋରେ ସେ ଲାଲ ରଙ୍ଗର ଶାଢ଼ୀ ପିନ୍ଧି, ମଥାରେ ସିନ୍ଦୂର ଲଗାଇ ଦେବୀ ସମ ସୁନ୍ଦର ଦେଖାଯାଉଛନ୍ତି।

ରିପୋର୍ଟ ଅନୁସାରେ, ସାମନ୍ଥା ଓ ରାଜ ଅଗ୍ନିକୁ ସାକ୍ଷୀ ରଖି ଏକ ମନ୍ଦିରରେ ପରମ୍ପରାଗତ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ କରିଛନ୍ତି। ଅନ୍ୟ ଏକ ଭାବପୂର୍ଣ୍ଣ ଫଟୋରେ ରାଜ ତାଙ୍କ ବଧୂ ସାମନ୍ଥାଙ୍କୁ ମୁଦି ପିନ୍ଧାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସାମନ୍ଥାଙ୍କ ଏହି ନୂଆ ଜୀବନ ଆରମ୍ଭକୁ ନେଇ ତାଙ୍କ ଭକ୍ତମାନେ ଓ ଶୁଭଚିନ୍ତକମାନେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଶୁଭେଚ୍ଛାର ବନ୍ୟା ବହାଉଛନ୍ତି।

Leave a Reply

Your email address will not be published. Required fields are marked *