Fri. Apr 17th, 2026

ନ୍ୟୁଜ ଡେସ୍କ: ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା। ବଲିଉଡ ଅଭିନେତା ଗୋବିନ୍ଦା ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରି କପବୋର୍ଡରେ ରଖୁଥିବା ବେଳେ ତଳେ ପଡି ଆକସ୍ମିକ ଗୁଳି ଫୁଟି ଥିଲା।

ଗୁଳି ଗୋବିନ୍ଦାଙ୍କ ଆଂଠୁରେ ଲାଗିଥିଲା। ଏହି ଦୁର୍ଘଟଣା ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ, ଗୋବିନ୍ଦାଙ୍କ ବନ୍ଧୁକରୁ ଗୁଳି ତାଙ୍କ ଗୋଡ଼ରେ ବାଜି ଥିଲା। ଅଭିନେତା ମୁମ୍ୱାଇର କ୍ରିଟିକେୟାର ହସ୍ପିଟାଲରେ ନିଜର ଚିକିତ୍ସା କରାଇ ଥିଲେ।

ଏବେ ଘରକୁ ଆସିବା ପରେ ସେ ମିଡ଼ିଆ ସହ କଥା ହୋଇଛନ୍ତି ଏବଂ ନିଜ ସହ ଘଟିଥିବା ଘଟଣା ବିଷୟରେ ସବୁ ଖୋଲି କହିଛନ୍ତି। ନିଜର ସ୍ଥିତି ବିଷୟରେ ଗୋବିନ୍ଦା କହିଛନ୍ତି, ଏବେ ସୁସ୍ଥ ଅଛି, ମୁଁ କ୍ରିଟିକେୟାର ହସ୍ପିଟାଲକୁ ଧନ୍ୟବାଦ ଦେଉଛି।

Leave a Reply

Your email address will not be published. Required fields are marked *