Thu. Feb 26th, 2026

ନ୍ୟୁଜ ଡେକ୍ସ : ଶୀତୁଆ ସନ୍ଧ୍ୟାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ–କୋଣାର୍କ ବେଳାମାର୍ଗ ମୁଖ୍ୟ ରାସ୍ତା ନିକଟ ରାମଚଣ୍ଡୀ ମୁହାଁଣରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଇକୋ–ରିଟ୍ରିଟ୍। ଏହି ଇକୋ–ରିଟ୍ରିଟ୍ ଆଜି ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପୁରୀ ଜିଲ୍ଲାର ୫ ଜଣ ବିଧାୟକଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଛି।

ପର୍ଯ୍ୟଟନ ବିଭାଗ ସୂଚନା ଅନୁଯାୟୀ, ଏହି ଇକୋ–ରିଟ୍ରିଟ୍ ଆଜିଠାରୁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବବର୍ଷଗୁଡ଼ିକର ଅଭୂତପୂର୍ବ ସଫଳତା ପରେ ଏବେ ଏହି ଇକୋ–ରିଟ୍ରିଟ୍ କେନ୍ଦ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ପରିବେଶ–ମୈତ୍ରୀ ବ୍ୟବସ୍ଥା ପାଇଁ ସୁନାମ ଅର୍ଜନ କରିଛି।ବେଳାମାର୍ଗରେ ନିର୍ମିତ ଏହି ଇକୋ–ରିଟ୍ରିଟ୍‌ରେ ଡିଲକ୍ସ କଟେଜ୍, ପ୍ରିମିୟମ୍ କଟେଜ୍, ପ୍ରେସିଡେଣ୍ଟ ଭିଲା, ରୟାଲ କଟେଜ୍ ଭଳି ସମୁଦାୟ ୭୦ରୁ ଅଧିକ ତମ୍ବୁଘର ନିର୍ମାଣ କରାଯାଇଛି। ଏହି ତମ୍ବୁଘରର ଭାଡା ଗୋଟିଏ ରାତି ପିଛା ୫ ହଜାର ଟଙ୍କାରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଣାଯାଇଛି। ଇକୋ–ରିଟ୍ରିଟ୍‌ରେ ପର୍ଯ୍ୟଟକମାନେ ବେଳାଭୂମିରେ ପଞ୍ଚତାରକା

ହୋଟେଲ୍ ସମାନ ସମସ୍ତ ଆଧୁନିକ ସୁବିଧା ଉପଭୋଗ କରିପାରିବେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡ଼ା, ବିଚ୍ ସାକ୍, ପାରାସେଲିଂ, ସାଇକେଲିଂ, ବିଚ୍ ଭଲିବଲ୍ ଭଳି ଅନେକ ମନୋରଞ୍ଜନାତ୍ମକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।ଇକୋ–ରିଟ୍ରିଟ୍ ମାଧ୍ୟମରେ ପୁରୀ–କୋଣାର୍କ ବେଳାଭୂମିର ସୌନ୍ଦର୍ୟ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପର୍ଯ୍ୟଟନକୁ ନୂଆ ମାତ୍ରା ଦେବାକୁ ପର୍ଯ୍ୟଟନ ବିଭାଗ ଆଶା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *