Mon. Feb 23rd, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତିନୋଟି ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।ମନ୍ତ୍ରୀ ବୈଷ୍ଣବ କହିଛନ୍ତି, କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ୨୦୨୭ ଜନଗଣନା ସମ୍ପର୍କିତ।

ଏହି ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟକୁ ମଞ୍ଜୁରି ମିଳିଛି। ବିଶେଷତଃ ୨୦୨୭ ଜନଗଣନା ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଜନଗଣନା ହେବ, ଯାହା ତଥ୍ୟ ସଂଗ୍ରହ ଓ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ମାଇଲସ୍ଟୋନ୍‌ ସୃଷ୍ଟି କରିବ।ତଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜନଗଣନାର ଡିଜିଟାଲ ଡିଜାଇନ ପ୍ରସ୍ତୁତ କରାଯାଇଛି। ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଘର ତାଲିକା ପ୍ରସ୍ତୁତି ଓ ଗୃହ ଗଣନା କାର୍ଯ୍ୟ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଫେବୃଆରୀ ୨୦୨୭ରେ ମୂଳ ଜନଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ।

କ୍ୟାବିନେଟର ଦ୍ୱିତୀୟ ନିଷ୍ପତ୍ତି କୋଇଲା ଓ ଶକ୍ତି କ୍ଷେତ୍ର ସହ ଜଡିତ ଏକ ବଡ଼ ସଂସ୍କାର ସମ୍ପର୍କିତ ବୋଲି ମନ୍ତ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଶକ୍ତି ଉତ୍ପାଦନ ଓ ପରିଚାଳନାକୁ ଅଧିକ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରାଯିବ।ସେହିପରି ତୃତୀୟ ନିଷ୍ପତ୍ତି କୃଷକମାନଙ୍କ ହିତ ସହ ସଂପୃକ୍ତ ରହିଛି। ଏହି ନିଷ୍ପତ୍ତି ଦ୍ୱାରା କୃଷକମାନେ ଅଧିକ ଲାଭ ପାଇବା ସହ କୃଷି କ୍ଷେତ୍ରରେ ସୁଧାର ଆସିବ ବୋଲି ଆଶା କରାଯାଉଛି।କେନ୍ଦ୍ର କ୍ୟାବିନେଟର ଏହି ତିନୋଟି ନିଷ୍ପତ୍ତି ଦେଶର ଶାସନ ବ୍ୟବସ୍ଥା, ଡିଜିଟାଲ ବିକାଶ, ଶକ୍ତି କ୍ଷେତ୍ର ଏବଂ କୃଷକ କଳ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଗଣାଯାଉଛି।

Leave a Reply

Your email address will not be published. Required fields are marked *