ନ୍ୟୁଜ ଡେକ୍ସ : ଅନିବାର୍ଯ୍ୟ କାରଣରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ CHSE (କାଉନ୍ସିଲ ଅଫ୍ ହାୟର ସେକେଣ୍ଡାରୀ ଏଡ୍ୟୁକେସନ) ପକ୍ଷରୁ ଶେଷ ସୁଯୋଗ ଦିଆଯାଇଛି। ଏମିତି ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧୮ ତାରିଖ ସୁଦ୍ଧା ନିଜ ଫର୍ମ ଫିଲଅପ କରିପାରିବେ।
CHSE ସୂଚନା ଦେଇଛି ଯେ, ଯେଉଁ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଆଡମିଟ କାର୍ଡ ମିଳିବାକୁ ଥିଲା, ସେମାନଙ୍କୁ ଡିସେମ୍ବର ୧୯ ତାରିଖରେ ଆଡମିଟ କାର୍ଡ ମିଳିବ। ତେବେ ଆଡମିଟ କାର୍ଡ ନଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଇଣ୍ଟରନାଲ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ।ଇଣ୍ଟରନାଲ ପରୀକ୍ଷା ପାଇଁ କେବଳ ରେଜିଷ୍ଟ୍ରେସନ ନମ୍ବର ଆଧାରରେ ପରୀକ୍ଷା ଦେବାକୁ ଅନୁମତି ମିଳିବ।
ହେଲେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ଅନିବାର୍ଯ୍ୟ ରହିବ ବୋଲି CHSE ସ୍ପଷ୍ଟ କରିଛି।ଏହି ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଡ୍ରପ୍ଆଉଟ୍ ହାର କମେଇବା ଲକ୍ଷ୍ୟ ରଖାଯାଇଛି ବୋଲି CHSE ପକ୍ଷରୁ କୁହାଯାଇଛି।

