Thu. Feb 26th, 2026

ନ୍ୟୁଜ ଡେକ୍ସ :ରାଜଧାନୀରେ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଖଣ୍ଡଗିରିରୁ ଏମ୍ସ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର ନିର୍ମାଣ କରାଯିବ ବୋଲି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୂର୍ତ୍ତବିଭାଗର ଏକ ସମୀକ୍ଷା ବୈଠକରେ ଏନେଇ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇଛି।ଏହି ଯୋଜନା ଅନୁସାରେ ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ଥିବା ସର୍ଭିସ୍ ରୋଡକୁ ୩-ଲେନରେ ପରିଣତ କରାଯିବ।

ଏହି ୩ଟି ଲେନ୍‌ ମଧ୍ୟରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ। ସର୍ଭିସ୍ ରୋଡକୁ ପ୍ରଶସ୍ତ କରାଯିବା ସହ ଆବଶ୍ୟକ ସ୍ଥାନରେ ଡ୍ରେନ୍ ସ୍ଥାନାନ୍ତରଣ ଓ ଜମି ଅଧିଗ୍ରହଣ କରାଯିବ। ଏହି ପ୍ରକଳ୍ପକୁ ଉଭଖଣ୍ଡଗିରିରୁ ଏମ୍ସ ପର୍ଯ୍ୟନ୍ତ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର, ୩-ଲେନ ସର୍ଭିସ୍ ରୋଡ ପାଇଁ ନିଷ୍ପତ୍ତିୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶିକରି କାର୍ଯ୍ୟକରିତ କରିବେ।ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ପ୍ରାଥମିକ ସର୍ଭେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯିବ। ବର୍ତ୍ତମାନ ଖଣ୍ଡଗିରି ଛକରୁ ଏମ୍ସ ପର୍ଯ୍ୟନ୍ତ କିଛି ସ୍ଥାନରେ ରାସ୍ତା ତିନି-ଲେନ ଥିବା ବେଳେ, କିଛି ସ୍ଥାନରେ ରାସ୍ତା ସଙ୍କୁଚିତ ରହିଛି। ଏହି ସମଗ୍ର ରାସ୍ତାକୁ ତିନି-ଲେନରେ ପରିବର୍ତ୍ତନ କରାଯିବ। ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡରକୁ ହଳଦିଆ ରଙ୍ଗରେ ସ୍ପଷ୍ଟ ଭାବେ ଚିହ୍ନଟ କରାଯିବ। ଏଥିରେ ଅନ୍ୟ କୌଣସି ଯାନବାହନ ଚଳାଚଳ ନ କରିବାକୁ ସୁନିଶ୍ଚିତ କରାଯିବ। ଏଥିପାଇଁ ସୁରକ୍ଷାକର୍ମୀ ନିୟୋଜନ ସହ କିଛି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ।

ନିୟମ ଉଲ୍ଲଂଘନ କରି ଯଦି କୌଣସି ଯାନ ଏହି କରିଡରରେ ପ୍ରବେଶ କରେ, ତେବେ ଜରିମାନା ଆଦାୟ କରାଯିବ ବୋଲି ଏନ୍ଏଚ୍ଏଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ବୁଧବାର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏକାମ୍ର (ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଏମ୍ସ ଭୁବନେଶ୍ୱର ଚାରିପାଖର ସାମଗ୍ରିକ ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଶେଷକରି ଏମ୍ସ ଭିତରେ ଥିବା ସ୍ୱେରେଜ୍ ବ୍ୟବସ୍ଥା, ଭିତର ଓ ଚାରିପାଖର ରାସ୍ତାର ପୁନଃନିର୍ମାଣ, ଆଲୋକୀକରଣ ଏବଂ ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଅପରାଧ ରୋକିବା ପାଇଁ ସିସିଟିଭି ସଂସ୍ଥାପନ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *