Thu. Feb 26th, 2026

ନ୍ୟୁଜ ଡେକ୍ସ :ରାଜ୍ୟରେ ଚର୍ଚ୍ଚିତ ଏସଆଇ ପରୀକ୍ଷା ସ୍କାମ୍ ମାମଲାରେ ଆଜିଠୁ ୪ ଦିନିଆ ରିମାଣ୍ଡରେ ନିଆଯାଇଛନ୍ତି ୩ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକ ଓ ସାଗରକୁ ଝାରପଡ଼ା କାରାଗାରରୁ ସିବିଆଇ ରିମାଣ୍ଡରେ ନେଇ ପଚରାଉଚରା କରିବ। ଏନେଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।ସୂଚନା ଅନୁଯାୟୀ, ପୂର୍ବରୁ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ ସନ୍ତୋଷଜନକ ଉତ୍ତର ଦେଇନଥିବା ସିବିଆଇ ଜଣାଇଛି।

ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ, ଟଙ୍କା କାରବାର କେମିତି ହୋଇଛି ଓ ସ୍କାମ୍‌ର ଚେର କେତେ ଦୂର ଲମ୍ବିଛି—ସେନେଇ ଅଧିକ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସିବିଆଇ ଏହି ରିମାଣ୍ଡ ନେଇଛି। ଅନ୍ୟପଟେ, ଏହି ମାମଲାରେ ପୂର୍ବରୁ ୨ ଯବାନ ଗିରଫ ହୋଇସାରିଥିବା ବେଳେ, ଗୁଜୁରାଟର ବଡୋଦ୍ରାରୁ ଅଭିଯୁକ୍ତ ନିତୁ ଆରୋରାକୁ ସିବିଆଇ ଗିରଫ କରିଥିଲା।

ଟ୍ରାନଜିଟ ରିମାଣ୍ଡରେ ତାଙ୍କୁ ଓଡ଼ିଶା ଆଣାଯାଇଛି। ତଥ୍ୟ ଅନୁଯାୟୀ, ନିତୁ ଆରୋରା ପୋଲିସ ଏସଆଇ ନିଯୁକ୍ତି ସହିତ ଆଉ ଦୁଇଟି ନିଯୁକ୍ତି ପାଇଁ ମଧ୍ୟ ଦାୟିତ୍ୱ ନେଇଥିଲେ।ଉଲ୍ଲେଖନୀୟ ଯେ, ଏଥିପୂର୍ବରୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏହି ଦୁର୍ନୀତି ସହିତ ଜଡିତ ୧୨ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସିବିଆଇର ତଦନ୍ତରେ ଆଉ ଚଞ୍ଚଳକର ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *