Thu. Feb 26th, 2026

ନ୍ୟୁଜ ଡେକ୍ସ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ରାହାମା ବନାଞ୍ଚଳ ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।ଗତକାଲି ଭିଜିଲାନ୍ସ ପକ୍ଷରୁ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ସମ୍ପତ୍ତି ଉପରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ଦୁଇଟି ବହୁମହଲା କୋଠା, ୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩.୬୯ ଲକ୍ଷ ଟଙ୍କା, ୨୫୦ ଗ୍ରାମ ସୁନା ଏବଂ ୮୦.୬୮ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଡାକ ଜମା ଠାବ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଥିଲା।

ଅଭିଯାନରେ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଡିଏସପି, ୮ ଜଣ ନିରୀକ୍ଷକ ସହ ଅନ୍ୟାନ୍ୟ ସହାୟକ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଆୟ ସହ ସମନ୍ୱୟ ନ ଥିବା ସମ୍ପତ୍ତି ସଂଗ୍ରହ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି ଏବଂ ଆଗାମୀ ଦିନରେ ତଦନ୍ତକୁ ଆଉ ତୀବ୍ର କରାଯିବ।

Leave a Reply

Your email address will not be published. Required fields are marked *