Sat. May 2nd, 2026

ନ୍ୟୁଜ ଡେକ୍ସ : ଆଜି ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ହେବ। ମାଟ୍ରିକ ପରୀକ୍ଷାର ଫଳ ଅପରାହ୍ନ ୪ଟାରେ ପ୍ରକାଶ ପାଇବାକୁ ଯାଉଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା ପରେ ସନ୍ଧ୍ୟା ୬ଟା ପରଠାରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ।

ପରୀକ୍ଷାର୍ଥୀମାନେ www.bseodisha.ac.in ଓ www.bseodisha.nic.in ୱେବସାଇଟ ମାଧ୍ୟମରେ ନିଜର ଫଳାଫଳ ଯାଞ୍ଚ କରିପାରିବେ। ଇଣ୍ଟରନେଟ୍ ସୁବିଧା ନଥିବା ଅବସ୍ଥାରେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିବା ବ୍ୟବସ୍ଥା ରହିଛି। ଏଥିପାଇଁ ମୋବାଇଲରେ OR 10 ଲେଖି ନିଜର ରୋଲ ନମ୍ବର ସହ 5676750 କୁ ପଠାଇଲେ ଫଳାଫଳ ମିଳିପାରିବ।ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା।

ଏବେଳେ ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ୩୦୮୨ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।ଏହି ବର୍ଷରୁ ପ୍ରଥମ ଥର ପାଇଁ ମାଟ୍ରିକ ସାର୍ଟିଫିକେଟ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଓଡ଼ିଆ ସହିତ ଇଂରାଜୀ ଭାଷାରେ ମଧ୍ୟ ସାର୍ଟିଫିକେଟ ପାଇପାରିବେ। ଏହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅଲଗା ଉତ୍ସାହ ଦେଖାଯାଇଛି।

Leave a Reply

Your email address will not be published. Required fields are marked *