ନ୍ୟୁଜ ଡେକ୍ସ : ବଲାଙ୍ଗିରରେ ଭୋର ସମୟରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ସକାଳ ୪ଟା ୪୦ ମିନିଟ ସମୟରେ ଏହି ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଅଚାନକ ଭୂକମ୍ପ ଅନୁଭବ କରି ଅନେକ ଲୋକ ଭୟଭୀତ ହୋଇଯାଇଥିଲେ।ଏହାପୂର୍ବରୁ କିଛିଦିନ ଆଗରୁ କୋରାପୁଟ ଜିଲ୍ଲାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
ଜୟପୁର, ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ରାତି ୧୧ଟା ୩୧ ମିନିଟ ସମୟରେ ଭୂକମ୍ପ ହୋଇଥିଲା। ସେତେବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୪ ରେକର୍ଡ ହୋଇଥିଲା। ପ୍ରାୟ ୧୨ ସେକେଣ୍ଡ ଧରି ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନେ ଭୟରେ ଘରୁ ବାହାରକୁ ଦୌଡ଼ିଥିଲେ। ଘରର ଆସବାବପତ୍ର ମଧ୍ୟ ଦୋହଲିଯାଇଥିଲା।ଏହି ଘଟଣା ପରେ ଲୋକମାନଙ୍କ ମନରେ ଭୟ ଜାରି ରହିଥିବାବେଳେ ଆଉଥରେ ବଲାଙ୍ଗିରରେ ଭୂକମ୍ପ ଝଟକା ଆତଙ୍କ ବଢ଼ାଇଦେଇଛି।
ଅନ୍ୟପଟେ ଗୁଜରାଟର ନବସାରୀ ଜିଲ୍ଲାରେ ମଧ୍ୟ ସକାଳ ୫ଟା ୨୭ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ବାସନ୍ଦାରୁ ପ୍ରାୟ ୨୨ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ରହିଥିଲା। ତେବେ ସ୍ଥାନୀୟ ପ୍ରଶାସନଙ୍କ ଅନୁସାରେ ଏହି ଭୂକମ୍ପରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ।

