Sun. Apr 19th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାର ମାସିକ ସର୍ବନିମ୍ନ ପେନସନ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି । Employees’ Provident Fund Organisation (ଇପିଏଫଓ) କର୍ମଚାରୀ ପେନସନ୍ ଯୋଜନା-୧୯୯୫ ଅଧୀନରେ ଦୀର୍ଘଦିନ ଧରି ଚାଲୁଥିବା ସର୍ବନିମ୍ନ ପେନସନ୍ ରାଶି ୧୦୦୦ ଟଙ୍କାକୁ ପୁନଃବିଚାର କରିବା ପାଇଁ ସଂସଦୀୟ କମିଟି ସୁପାରିଶ କରିଛି ।ଏହି ସୁପାରିଶ ସେହି ସମୟରେ ଆସିଛି, ଯେତେବେଳେ ପେନସନଧାରୀମାନେ ସର୍ବନିମ୍ନ ପେନସନ୍ ରାଶିକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି ।

ସେମାନଙ୍କ ମତାନୁସାରେ, ବର୍ତ୍ତମାନର ୧୦୦୦ ଟଙ୍କା ପେନସନ୍ ରାଶି ଆଜିର ମହଙ୍ଗା ଦରରେ ଜୀବନ ଯାପନ ପାଇଁ ପ୍ରୟାପ୍ତ ନୁହେଁ ।ପେନସନଧାରୀ ସଂଘମାନେ କହିଛନ୍ତି ଯେ, ବଢୁଥିବା ମହଙ୍ଗାଇ ଓ ଦୈନିକ ଖର୍ଚ୍ଚ ଦୃଷ୍ଟିରେ ରଖି ସରକାରଙ୍କୁ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବା ଆବଶ୍ୟକ ।

ଏହା ସହିତ, ପେନସନ୍ ବୃଦ୍ଧି ନହେଲେ ଆଗାମୀ ଦିନରେ ଅନେକ ବୃଦ୍ଧ କର୍ମଚାରୀଙ୍କ ଆର୍ଥିକ ସମସ୍ୟା ଆହୁରି ଗୁରୁତର ହେବାର ଆଶଙ୍କା ରହିଛି । ଏପରି ସ୍ଥିତିରେ ସରକାର କମିଟିର ସୁପାରିଶକୁ ଗ୍ରହଣ କରି କେତେ ଦୂର ପର୍ଯ୍ୟନ୍ତ ପେନସନ୍ ବୃଦ୍ଧି କରିବେ, ସେଥିପାଇଁ ସବୁ ମହଳର ଦୃଷ୍ଟି ରହିଛି ।

Leave a Reply

Your email address will not be published. Required fields are marked *