Sun. Apr 19th, 2026

ନ୍ୟୁଜ ଡେକ୍ସ : TP Central Odisha Distribution Limited (ଟିପିସିଓଡିଏଲ) କଟକ ସହରରେ ସଫଳତାର ସହ ଇଏଚଟି ଟାୱାର ସ୍ଥାନାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି, ଯାହା ସହରର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିଛି । ଏହି ପ୍ରକଳ୍ପ ଅଧୀନରେ ପାୱାର ନେଟୱାର୍କର ବିଶ୍ୱସନୀୟତା ଓ ସହନଶୀଳତା ବୃଦ୍ଧି ପାଇଁ ଦୁଇଟି ୩୩ କେଭି ୪-ୱେ ରିଙ୍ଗ୍ ମେନ୍ ୟୁନିଟ୍ ସହ ୧୦.୫ କିଲୋମିଟର ଭୂତଳ କେବୁଲ୍ କାର୍ଯ୍ୟକ୍ଷମ କରାଯାଇଛି ।

ସହରର ବଢୁଥିବା ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ କାର୍ଯ୍ୟରତ କରାଯାଇଥିବା ବେଳେ, ଏହା ଗୁରୁତ୍ୱପୂର୍ଣ୍ଣ ସଂସ୍ଥାମାନଙ୍କୁ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବ । ଏଥିରେ SCB Medical College and Hospital, Ravenshaw University, National Law University Odisha ଓ Cuttack Railway Station ଭଳି ପ୍ରମୁଖ ସଂସ୍ଥା ଶାମିଲ ଅଛନ୍ତି । ଏହି ଭିତ୍ତିଭୂମି ଉନ୍ନତି ଫଳରେ ତୁଳସୀପୁର, ଯୋବ୍ରା, କଲେଜ ସ୍କୋୟାର ଓ ରାଣିହାଟ ଅଞ୍ଚଳର ପ୍ରାୟ ୭,୦୦୦ ବିଦ୍ୟୁତ୍ ଉପଭୋକ୍ତା ସିଧାସଳଖ ଭାବେ ଲାଭାନ୍ୱିତ ହେବେ ।

ନୂତନ ଆରଏମୟୁ ଓ ଭୂତଳ କେବୁଲ୍ ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାମାନେ ଅଧିକ ବିଶ୍ୱସନୀୟ ଓ ନିରନ୍ତର ବିଦ୍ୟୁତ୍ ସେବା ଅନୁଭବ କରିପାରିବେ ।ସହରାଞ୍ଚଳରେ ବିଦ୍ୟୁତ୍ ଚାହିଦା ବଢୁଥିବା ପରିପ୍ରେକ୍ଷିତରେ ଟିପିସିଓଡିଏଲ ଆଧୁନିକ ପ୍ରଯୁକ୍ତି ଓ ରଣନୈତିକ ପ୍ରକଳ୍ପ ମାଧ୍ୟମରେ ନେଟୱାର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଆସୁଛି । କମ୍ପାନୀ ଉପଭୋକ୍ତାମାନଙ୍କୁ ସୁରକ୍ଷିତ, ବିଶ୍ୱସନୀୟ ଓ ଗୁଣସ୍ତରୀୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ସହ ସାମଗ୍ରିକ ସହର ବିକାଶକୁ ସମର୍ଥନ କରିବାରେ ପ୍ରତିବଦ୍ଧ ରହିଛି ।

Leave a Reply

Your email address will not be published. Required fields are marked *