Sun. Apr 19th, 2026

ନ୍ୟୁଜ ଡେକ୍ସ : ବୁଧବାର ବିଧାନସଭାରେ ଏକ ଅଭାବନୀୟ ଓ ନାଟକୀୟ ଘଟଣା ଦେଖିବାକୁ ମିଳିଛି। ଏସସିବି ଅଗ୍ନିକାଣ୍ଡରେ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିବାଦ କରିଥିବା ବେଳେ ବିଧାନସଭା ପରିସର ମଧ୍ୟରେ ପ୍ରତୀକାତ୍ମକ ‘କୋକେଇ’ ଶୋଭାଯାତ୍ରା କରିଥିଲେ। ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ସମଗ୍ର ପରିସର ପ୍ରକମ୍ପିତ ହୋଇଯାଇଥିଲା।

ଅଧିବେଶନ ଆରମ୍ଭ ହେବା ସହିତ ବିରୋଧୀ ସଦସ୍ୟମାନେ ନିରନ୍ତର ସ୍ଲୋଗାନ ଦେଇ ଗୃହ କାର୍ଯ୍ୟକୁ ବାଧା ସୃଷ୍ଟି କରିଥିଲେ। ସେମାନେ ଏସସିବି ଅଗ୍ନିକାଣ୍ଡକୁ ସରକାରଙ୍କ ଅବହେଳାର ପରିଣାମ ବୋଲି ଅଭିଯୋଗ କରି ଏହା ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ଦାବି କରିଥିଲେ।ପରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

ଏହି ହଙ୍ଗାମା ମଧ୍ୟରେ ପ୍ରଶ୍ନକାଳ ସଞ୍ଚାଳନ ସମ୍ଭବ ହୋଇପାରିନଥିଲା। ଏପରି ପରିସ୍ଥିତିରେ ବାଚସ୍ପତି ପୁନଃପୁନି ସଦସ୍ୟମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଥିଲେ, କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ଆସିନଥିବାରୁ ଗୃହକୁ ସକାଳ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ବିଧାନସଭାରେ ଏହି ଘଟଣା ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *