ନ୍ୟୁଜ ଡେକ୍ସ : ଓଡ଼ିଶାରେ ଆସନ୍ତା ଏପ୍ରିଲ ପହିଲାରୁ SIR ବା ସତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ସମ୍ପୂର୍ଣ୍ଣ ହୋଇସାରିଛି। ବାକି ଥିବା ୧୦ ପ୍ରତିଶତ ମଧ୍ୟରୁ ଅତିକମରେ ୮ ପ୍ରତିଶତ ସଂଶୋଧନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ରାଜ୍ୟରେ ଶତ ପ୍ରତିଶତ ଭୋଟର ତାଲିକା ସଂଶୋଧନ ପାଇଁ ଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି।ସବୁଠୁ ବଡ଼ କଥା ହେଲା ୨୦୦୨ ମସିହାକୁ ଆଧାର କରି ଏହି ସଂଶୋଧନ କାର୍ଯ୍ୟ ହେବ। ୨୦୦୨ରେ ଯେଉଁ ବୁଥ୍ରେ ମତଦାତା ଭୋଟ୍ କରିଥିଲେ, ସେହି ବୁଥ୍ ନମ୍ବର SIR ଅଧିକାରୀଙ୍କୁ କହିଲେ ମଧ୍ୟ ସଂଶୋଧନ ସମ୍ଭବ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।ଯଦି କୌଣସି ମତଦାତାଙ୍କ ପାଖରେ ଭୋଟର ତାଲିକା ସମ୍ବନ୍ଧୀୟ କୌଣସି ତଥ୍ୟ ନଥାଏ, ତେବେ ସେମାନେ ୧୧ ନମ୍ବର ଫର୍ମ ପୂରଣ କରି SIR ଅଧିକାରୀଙ୍କୁ ଦେଇପାରିବେ।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ନାମ ନିବନ୍ଧନ ପ୍ରକ୍ରିୟାକୁ ସଫା ଓ ସଠିକ୍ କରିବା। ଯଦି କୌଣସି ମତଦାତାଙ୍କ ନାମ ଦୁଇଟି ସ୍ଥାନରେ ରହିଥାଏ, ସେମାନେ ଏଥିରୁ ଗୋଟିଏ ସ୍ଥାନକୁ ବାଛିପାରିବେ। କିନ୍ତୁ SIR ପରେ ମଧ୍ୟ ଯଦି କୌଣସି ମତଦାତା ଦୁଇଟି କିମ୍ବା ଏକାଧିକ ସ୍ଥାନରେ ନିଜର ନାମ ରଖନ୍ତି, ତେବେ ତାହା ଦଣ୍ଡନୀୟ ଅପରାଧ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସଚେତନ କରିଛନ୍ତି।

