Mon. Apr 20th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଏକ ବାଇକ୍‌ରେ ତିନିଜଣ ଯୁବକ ନିଆଳି ରାସ୍ତା ଦିଗକୁ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ବାଇକ୍‌କୁ ଧକ୍କା ଦେଇଥିଲା।

ଧକ୍କା ଏତେ ଭୟାବହ ଥିଲା ଯେ ତିନିଜଣେ ବାଇକ୍ ଆରୋହୀ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା।ଖବର ପାଇ ପାହାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଛି। ପରେ ବ୍ୟବଚ୍ଛେଦ ପାଇଁ ସେଗୁଡ଼ିକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ଏପଟେ ବାଇକ୍‌ର ନମ୍ବର ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆର୍ଟିଓ ରେକର୍ଡ ଅନୁସାରେ ଥିବା ମାଲିକଙ୍କ ସହ ପୁଲିସ ଯୋଗାଯୋଗ କରିଥିଲା। କିନ୍ତୁ ସେ ବହୁଦିନ ପୂର୍ବରୁ ବାଇକ୍‌ଟି ବିକ୍ରି କରିଦେଇଥିବା କଥା ପୁଲିସକୁ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *