ନ୍ୟୁଜ ଡେକ୍ସ :ଲୋକସଭାରେ ମହିଳା ସଂରକ୍ଷଣ ସଂପର୍କିତ ସାମ୍ବିଧାନିକ ସଂଶୋଧନ ବିଧେୟକ ଖାରଜ ହେବା ପରେ ଦେଶର ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହାକୁ କେନ୍ଦ୍ର କରି ସରକାର ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତିଆରୋପ ଜାରି ରହିଛି। ବିଜେପି ପକ୍ଷରୁ ବିରୋଧୀମାନଙ୍କୁ ମହିଳା ବିରୋଧୀ ବୋଲି ଅଭିଯୋଗ କରାଯାଇଥିବାବେଳେ, ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି।
ଏହି ପରିପ୍ରେକ୍ଷ୍ୟରେ ଓଡିଶା ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଇଛନ୍ତି। ଆସନ୍ତା ୩୦ ତାରିଖରେ ଏହି ସ୍ୱତନ୍ତ୍ର ଅଧିବେଶନ ବସିବ। ବିଧାନସଭା ଭବନରେ ପ୍ରାତଃ ୧୧ଟାରେ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ମାତ୍ର ଗୋଟିଏ ଦିନ ପାଇଁ ଚାଲିବ।ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଓ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭୂମିକା ଓ ଯୋଗଦାନ ଉପରେ ଗଭୀର ଆଲୋଚନା ହେବାର ସମ୍ଭାବନା ରହିଛି।
ଲୋକସଭାରେ ବିଲ୍ ଖାରଜ ହେବା ପରେ ତୁରନ୍ତ ଏହି ଅଧିବେଶନ ଡକାଯାଇଥିବାରୁ ଏହାକୁ ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।ରାଜ୍ୟରେ ଏହି ବିଷୟକୁ କେନ୍ଦ୍ର କରି ଆଗାମୀ ଦିନରେ ଆହୁରି ରାଜନୈତିକ ଚର୍ଚ୍ଚା ତେଜ ହେବାର ସଙ୍କେତ ମିଳୁଛି।

