Sat. Jul 4th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍ସା)ର ବିଭିନ୍ନ ଦାବିକୁ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଓମ୍ସାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ସହ ଆଲୋଚନା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓମ୍ସାର କର୍ମକର୍ତ୍ତାମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଆସୋସିଏସନ ପକ୍ଷରୁ ଉଠାଯାଇଥିବା ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ଏହାସହ ରାଜ୍ୟରେ ଚିକିତ୍ସା ସେବା ଯେପରି ବାଧାପ୍ରାପ୍ତ ନହୁଏ ଏବଂ ସାଧାରଣ ଲୋକ ନିରବିଘ୍ନରେ ସ୍ୱାସ୍ଥ୍ୟସେବା ପାଇପାରନ୍ତି, ସେଥିପାଇଁ ଓମ୍ସାକୁ ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ ସ୍ୱାସ୍ଥ୍ୟସେବା ସ୍ୱାଭାବିକ କରିବାକୁ ସରକାର ଅନୁରୋଧ କରିଛନ୍ତି। ସେହିସହିତ ସକାରାତ୍ମକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ବୈଠକରେ ଯୋଗଦେବାକୁ ମଧ୍ୟ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *