Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ନିୟମିତ କରିଛନ୍ତି। ନିଯୁକ୍ତି ପାଇଥିବା ଦିନରୁ ହିଁ ସେମାନଙ୍କୁ ନିୟମିତ କରାଯାଇଥିବା ଏହି ପଦକ୍ଷେପକୁ ଯୁଗାନ୍ତକାରୀ ବୋଲି କୁହାଯାଉଛି।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ସୂଚନା ଦେଇ କହିଛନ୍ତି ଯେ, ଆଗକୁ ଶିକ୍ଷା କ୍ଷେତ୍ରରେ ଯେତେବେଳେ ଶିକ୍ଷକ ନିଯୁକ୍ତି କରାଯିବ ସମସ୍ତଙ୍କୁ ନିୟମିତ ଭାବେ ନିଯୁକ୍ତି ଦିଆଯିବ।ମନ୍ତ୍ରୀ କହିଲେ, ପୂର୍ବତନ ସରକାର ସମୟରେ ରାଜ୍ୟରେ ୫ହଜାରରୁ ଅଧିକ ସ୍କୁଲ ବନ୍ଦ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାର ଆସିବା ପରେ ଯେଉଁଠି ପିଲାମାନେ ଦୂର ଦୂରନ୍ତର ସ୍କୁଲକୁ ଯାଉଛନ୍ତି, ସେମିତି ଅଞ୍ଚଳରେ ପୁନଃ ବିଦ୍ୟାଳୟ ଖୋଲିବାକୁ ପଦକ୍ଷେପ ନିଆଯିବ।

ଏହି ପାଇଁ ଜିଲ୍ଲା ଯାଞ୍ଚ କମିଟି ପକ୍ଷରୁ ପ୍ରସ୍ତାବ ଆସିଲେ ରାଜ୍ୟ କମିଟି ତାହାର ସମୀକ୍ଷା କରିବ। ଆବଶ୍ୟକତା ଥିଲେ ସରକାରଙ୍କୁ ରିପୋର୍ଟ ଦିଆଯିବା ପରେ ସେଠାରେ ପୁନଃ ସ୍କୁଲ ଖୋଲାଯିବ।ଇତିମଧ୍ୟରେ ୪୦ଟି ବନ୍ଦ ସ୍କୁଲକୁ ପୁନଃ ଚାଲୁ କରି ପାଠପଢ଼ା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବିଷୟରେ ମନ୍ତ୍ରୀ ଗଣ୍ଡ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *