ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବା ସହ ଖରା ପ୍ରକୋପ ଅଧିକ ହେଉଛି। ମାର୍ଚ୍ଚ ମାସରେ ମଧ୍ୟ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଥିବା ବେଳେ କିଛି ଜିଲ୍ଲାରେ ପାରା ୪୦ ଡିଗ୍ରୀ ସେଲସିଅସ୍କୁ ଛୁଇଁଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ କରି ସକାଳୁଆ ପାଠପଢ଼ା କରାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ଦିନରେ ଖରାର ପ୍ରକୋପ ଆହୁରି ବଢ଼ିପାରେ।
ତେଣୁ ଗ୍ରୀଷ୍ମ ପ୍ରବାହକୁ ମନେରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନିଆଯିବ।ସେହିପରି, ସ୍କୁଲରେ ସକାଳୁଆ ପାଠପଢ଼ା କେବେରୁ ଆରମ୍ଭ ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ପରିସ୍ଥିତିକୁ ସମୀକ୍ଷା କରି ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

