ନ୍ୟୁଜ ଡେକ୍ସ : ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ସାମ୍ବାଦକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ ହୋଇଥିବା ହଙ୍ଗାମାକୁ ନେଇ ବିଜୁ ଯୁବ ଜନତା ଦଳ ଦୃଢ଼ ପ୍ରତିବାଦ କରିବ।
ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି।ସୂଚନାଅନୁସାରେ, କିଛି ଯୁବକ ଭୁବନେଶ୍ୱରରେ ଥିବା ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ ହଙ୍ଗାମା କରିଥିଲେ। ସେମାନେ ବାଣ ଫୁଟାଇ ଏବଂ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ତୀବ୍ର ନାରାବାଜି କରିଥିଲେ। ଏହି ସମୟରେ ସୁରକ୍ଷା କର୍ମୀଙ୍କ ସହିତ ଯୁକ୍ତି ତର୍କ ମଧ୍ୟ ହୋଇଥିବା ଖବର ମିଳିଛି।
ଏହି ଯୁବକମାନେ ଦେବୀରଞ୍ଜନ ତ୍ରିପାଠୀଙ୍କ ସମର୍ଥକ ବୋଲି କୁହାଯାଉଛି। ସେମାନେ ଚିତ୍କାର କରି କହିଥିଲେ ଯେ, ବିଜୁ ବାବୁ ଯେଉଁମାନଙ୍କୁ ମଣିଷ କରିଥିଲେ ସେମାନେ ଆଜି ଦଳକୁ ବୁଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି ପରିସ୍ଥିତିକୁ ନେଇ ରାଜନୈତିକ ପରିସ୍ଥିତି ତିବ୍ର ହୋଇଉଠିଛି ଏବଂ ଆସନ୍ତା ସୋମବାର ଘେରାଉ କାର୍ଯ୍ୟକ୍ରମକୁ ନେଇ ରାଜଧାନୀରେ ଚଞ୍ଚଳତା ବଢ଼ିଛି।

