ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲାର ଧର୍ମଶାଳା ଭବନ ପରିସରରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ବିଶାଳ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ନୂଆ ଦଳ ଗଠନ କରିଥିବା ମହମ୍ମଦ ମୋକିମ୍ଙ୍କ ନେତୃତ୍ୱରେ ଏହି କାର୍ୟକ୍ରମ ଆୟୋଜିତ ହୋଇଥିଲା।ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରୁ ଅନେକ ତୁଙ୍ଗ ନେତା ଓ କର୍ମୀ ଏହି ଅବସରରେ ଯୋଗଦେଇଥିଲେ।
ଦଳରେ ଯୋଗଦେଇଥିବା ନେତା ଓ କର୍ମୀମାନଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ମୋକିମ୍।ଏହି ସଭାରେ ଭାଷଣ ଦେଇ ମୋକିମ୍ କହିଥିଲେ ଯେ, ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଉଭୁ ହେବ।
ସେ କହିଛନ୍ତି, ଧିରେ ଧିରେ କଂଗ୍ରେସ ରାଜ୍ୟରୁ ଲୋପ ପାଇଯାଉଛି ଏବଂ ଏହି ନୂଆ ଦଳ ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢେଇ କରିବ।ଏହାସହିତ ସେ ସୂଚନା ଦେଇଛନ୍ତି ଯେ, ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏକ ବିଶାଳ ସମାବେଶର ଆୟୋଜନ କରାଯିବ।

