ନ୍ୟୁଜ ଡେକ୍ସ : ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। B.Ed, M.Ed ଓ B.H.Ed ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଶୀଘ୍ର ଆୟୋଜିତ ହେବାକୁ ଯାଉଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଧିକାରିକ ବିଜ୍ଞପ୍ତି ଜାରି ହୋଇଛି।ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଆସନ୍ତା ୨୩ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
ଆଗ୍ରହୀ ପ୍ରାର୍ଥୀମାନେ ୬ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ Common Application Form ପୂରଣ କରିପାରିବେ। ୧୩ ଏପ୍ରିଲ ମଧ୍ୟରେ ତଥ୍ୟ SSBକୁ ସବମିଟ୍ କରାଯିବ।ପରୀକ୍ଷା ସମ୍ବନ୍ଧୀୟ ସୂଚନା ଅନୁସାରେ ୨୭ ମେ’ରେ ଆଡମିଟ୍ କାର୍ଡ଼ ଜାରି ହେବ। ୩୧ ମେ’ରେ B.Ed ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ୩ ଜୁନରେ M.Ed ଓ B.H.Ed ପରୀକ୍ଷା ଆୟୋଜିତ ହେବ।
B.Ed, M.Ed ଓ B.H.Ed ପାଠ୍ୟକ୍ରମକୁ ଶିକ୍ଷକ ଜୀବନର ପ୍ରଥମ ପଦକ୍ଷେପ ବୋଲି ଧରାଯାଏ। ପ୍ରତିବର୍ଷ ହଜାର ହଜାର ଆବେଦନକାରୀ ଏହି ପରୀକ୍ଷାରେ ଯୋଗଦେଇଥାନ୍ତି। ଏହି ପରିସ୍ଥିତିରେ ପ୍ରାର୍ଥୀମାନଙ୍କୁ ସମୟ ମଧ୍ୟରେ ଆବେଦନ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରନ୍ତୁ, ନହେଲେ ଯାନ୍ତ୍ରିକ ସମସ୍ୟା କିମ୍ବା ଅନ୍ୟ କାରଣରୁ ସୁଯୋଗ ହାରାଇପାରନ୍ତି।

