Sun. Apr 19th, 2026

ନ୍ୟୁଜ ଡେକ୍ସ : କଲମ୍ବିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିବା ଖବର ମିଳିଛି। ଦେଶର ଦକ୍ଷିଣ ଅଞ୍ଚଳରେ ବାୟୁସେନାର ଏକ ହର୍କୁଲେସ ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟିରେ ମୋଟ ୧୧୦ ଜଣ ସୈନିକ ଯାତ୍ରା କରୁଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ବିମାନଟି ପେରୁ ସୀମା ସମୀପବର୍ତ୍ତୀ ପୁଏର୍ଟୋ ଲେଗୁଇଜାମୋ ଅଞ୍ଚଳରୁ ଉଡ଼ାଣ ଭରିଥିଲା।

ତେବେ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।କଲମ୍ବିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୋମବାର ସୂଚନା ଦିଆଯାଇଛି। ଲକହିଡ ମାର୍ଟିନ ନିର୍ମିତ ଏହି ବିମାନଟି ଆମାଜନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ତଥାପି, ଏହି ଦୁର୍ଘଟଣାରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ଓ କେତେ ଜଣ ଆହତ ହୋଇଛନ୍ତି, ସେଥିପାଇଁ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ମଧ୍ୟ ଅଧିକାରିକ ଭାବେ ଜଣାପଡ଼ିନାହିଁ।ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଥିବା ବେଳେ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *