Thu. Jun 4th, 2026

ନ୍ୟୁଜ ଡେକ୍ସ : କେରଳର ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। କେରଳର ତିରୁବନନ୍ତପୁରମ ସେଣ୍ଟ୍ରାଲ ଷ୍ଟାଡିୟମରେ କଂଗ୍ରେସ ନେତା ଭିଡି ସତିସନ୍ କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସତିସନ୍‌ଙ୍କ ନେତୃତ୍ୱରେ ୟୁଡିଏଫ୍‌ ସରକାର ଗଠନ ହେବା ସହ ପ୍ରାୟ ଏକ ଦଶକ ପରେ ରାଜ୍ୟରେ ମେଣ୍ଟର ପୁନରାଗମନ ଘଟିଛି।

ନିର୍ବାଚନ ସମୟରେ ୟୁଡିଏଫ୍‌ର ପ୍ରମୁଖ ସ୍ଲୋଗାନ୍ ‘କେରଳ ଜୟିକମ୍‌, ୟୁଡିଏଫ୍‌ ନାୟିକ୍ମକୁମ୍‌’କୁ ଏବେ ବାସ୍ତବ ରୂପ ମିଳିଛି। ସତିସନ୍‌ଙ୍କ ସହ ୨୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିବା ବେଳେ ନୂତନ ମନ୍ତ୍ରିମଣ୍ଡଳ ରାଜ୍ୟର ଦାୟିତ୍ୱ ନେଇଛି।ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଓ ଦଳର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମେତ ଅନେକ ଶୀର୍ଷ ନେତା ଉପସ୍ଥିତ ଥିଲେ। ନୂତନ ସରକାର ରାଜ୍ୟର ଉନ୍ନତି, ନିଯୁକ୍ତି ଓ ଜନକଲ୍ୟାଣକୁ ପ୍ରାଥମିକତା ଦେବ ବୋଲି ସତିସନ୍ ଶପଥ ପରେ କହିଛନ୍ତି।

Leave a Reply

Your email address will not be published. Required fields are marked *