Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାକୁ ନେଇ ରାଜନୀତି ତାପିତ ହୋଇଯାଇଛି। ବିଜେଡି ପକ୍ଷରୁ ଏହି ଘଟଣାରେ ଜଡିତ ୬ ଜଣ ବିଧାୟକଙ୍କୁ ଆଜି ସଂଧ୍ୟା ୫ଟା ସୁଦ୍ଧା କାରଣ ଦର୍ଶାଓ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ଗତ ୧୭ ତାରିଖରେ ଦଳ ପକ୍ଷରୁ ଏହି ବିଧାୟକମାନଙ୍କୁ ନୋଟିସ ଜାରି କରାଯାଇଥିଲା।

ସେମାନେ ଉତ୍ତର ଦେବା ପରେ ତାଙ୍କ ବିରୋଧରେ କେମିତି ପଦକ୍ଷେପ ନିଆଯିବ ସେନେଇ ଦଳ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ, ବିଜେଡିର ମୋଟ ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ। ସେମାନଙ୍କ ମଧ୍ୟରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ପୂର୍ବରୁ ଦଳରୁ ନିଲମ୍ବନ କରାଯାଇଛି।

ଏବେ ଯେଉଁ ୬ ଜଣ ବିଧାୟକଙ୍କୁ ନୋଟିସ ଦିଆଯାଇଛି ସେମାନେ ହେଲେ ଦେବୀ ରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ, ସୌଭିକ ବିଶ୍ୱାଳ, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର ଓ ସୁବାସିନୀ ଜେନା।ଏହି ଘଟଣା ପରେ ରାଜ୍ୟର ରାଜନୈତିକ ପରିବେଶ ଉତ୍ତେଜିତ ହୋଇପଡ଼ିଥିବା ବେଳେ, ଦଳ ପକ୍ଷରୁ କଠୋର ପଦକ୍ଷେପ ନିଆଯିବାର ସଙ୍କେତ ମିଳିଛି।

Leave a Reply

Your email address will not be published. Required fields are marked *