Mon. Apr 20th, 2026

ନ୍ୟୁଜ ଡେକ୍ସ : ଜାତୀୟ ରାଜନୀତିରେ ଓଡ଼ିଶା ପାଇଁ ଆଉ ଗୋଟିଏ ସମ୍ମାନଜନକ ଦାୟିତ୍ୱ। ସୁନ୍ଦରଗଡ଼ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଝାଡ଼ଖଣ୍ଡରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ଦଳୀୟ ଦାୟିତ୍ୱ ପ୍ରଦାନ କରାଯାଇଛି।ଆଗାମୀ ଦିନରେ ଝାଡ଼ଖଣ୍ଡରେ ରାଜ୍ୟ ବିଜେପି ସଭାପତି ଓ ଜାତୀୟ ପରିଷଦ ସଦସ୍ୟ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଜୁଏଲ ଓରାମଙ୍କୁ ଦିଆଯାଇଛି।

ଏହି ନିର୍ବାଚନ ପ୍ରକ୍ରିୟାରେ ସେ ଝାଡ଼ଖଣ୍ଡ ବିଜେପିର ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବେ।ଏନେଇ ବିଜେପି ପକ୍ଷରୁ ଆଧିକାରିକ ସୂଚନା ଜାରି କରାଯାଇଛି। ଦଳର ନିର୍ବାଚନ ରିଟର୍ଣ୍ଣି ଅଧିକାରୀଙ୍କ ଦ୍ୱାରା ଜାରି ଏହି ସୂଚନାରେ ଜୁଏଲ ଓରାମଙ୍କୁ ଦିଆଯାଇଥିବା ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ କରାଯାଇଛି।

ଦୀର୍ଘଦିନ ଧରି ସଂଗଠନାତ୍ମକ କାର୍ଯ୍ୟରେ ଅନୁଭବ ରଖୁଥିବା ଜୁଏଲ ଓରାମଙ୍କୁ ଏହି ଦାୟିତ୍ୱ ଦିଆଯିବା ଦଳ ପକ୍ଷରୁ ଏକ ଭରସାର ପ୍ରତିକ ଭାବେ ଦେଖାଯାଉଛି। ଏହା ମାଧ୍ୟମରେ ଜାତୀୟ ରାଜନୀତିରେ ଓଡ଼ିଆ ନେତୃତ୍ୱର ପ୍ରଭାବ ଆଉ ମଜବୁତ ହୋଇଥିବା ରାଜନୈତିକ ମହଳରେ ଆଲୋଚିତ ହେଉଛି।

Leave a Reply

Your email address will not be published. Required fields are marked *