Fri. Jun 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ଅନେକ ଜିଲ୍ଲାରେ ସ୍କୁଲଗୁଡ଼ିକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି। ଏହି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିଘ୍ନ ନ ପଡ଼ିବା ପାଇଁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ସମୟରେ ଏକ ବିଶେଷ ଶିକ୍ଷା ଯୋଜନା ପ୍ରସ୍ତୁତ କରିଛନ୍ତି।ଏହି ଯୋଜନାଅନୁଯାୟୀ ପ୍ରାକ୍-ପ୍ରାଥମିକ ଅର୍ଥାତ୍ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ।

ବାପାମାଆଙ୍କ ହ୍ୱାଟ୍ସଆପ୍ ମାଧ୍ୟମରେ ସିଧାସଳଖ ଯୋଗାଯୋଗ କରି ଅଭ୍ୟାସ ଆସାଇନମେଣ୍ଟ ଏବଂ ଅଡିଓଭିଜୁଆଲ୍ ଶିକ୍ଷା ସାମଗ୍ରୀ ପଠାଯିବ।ଏହା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ କୁହାଯାଇଛି।

ଏଥିସହ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତୃତ ସମୟସାରଣୀ ମଧ୍ୟ ପ୍ରକାଶ ପାଇଛି। ଭିନ୍ନ ଭିନ୍ନ ଶ୍ରେଣୀ ଏବଂ ବିଷୟ ଅନୁଯାୟୀ ଏହି ସମୟସାରଣୀ ପ୍ରସ୍ତୁତ କରାଯାଇଛି, ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଘରେ ବସି ନିରବଚ୍ଛିନ୍ନ ଭାବରେ ପଢ଼ା ଜାରି ରଖିପାରିବେ।

Leave a Reply

Your email address will not be published. Required fields are marked *