Thu. Jun 4th, 2026

ନ୍ୟୁଜ ଡେକ୍ସ : ପୁଣି ରାଜ୍ୟରେ ବଢ଼ିଛି ତାତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ସହ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଅନୁଭବ କରୁଛନ୍ତି ରାଜ୍ୟବାସୀ। ଗ୍ରୀଷ୍ମର ପ୍ରକୋପରେ ସାରା ଓଡ଼ିଶା ଜଳୁଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସବୁଠାରୁ ଅଧିକ ସଙ୍ଗୀନ ହୋଇପଡ଼ିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ ୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁଛି।

ବଢୁଥିବା ତାପମାତ୍ରା ଯୋଗୁଁ ଲୋକମାନେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ପେଟ ପାଇଁ ଅନେକେ ଖରାକୁ ଖାତିର ନକରି କାମ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରମିକ ଓ କାର୍ଯ୍ୟରତ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଦିନ ୧ଟାରୁ ୫ଟା ପର୍ଯ୍ୟନ୍ତ କାମ ନ କରିବାକୁ ନିର୍ଦେଶ ଦିଆଯାଇଛି।ଏହାସହ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି।

ଲୋକମାନଙ୍କୁ ଘରୁ ବାହାରିବା ବେଳେ ପ୍ରଚୁର ପାଣି ପିଇବା, ହାଲୁକା ପୋଷାକ ପିନ୍ଧିବା ଓ ଅନାବଶ୍ୟକ ଭାବେ ଖରାରେ ବାହାରିବାରୁ ବଚିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ଅସହ୍ୟ ତାତି ଓ ଗୁଳୁଗୁଳି ଜାରି ରହିବ। ଏଥିପାଇଁ ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *