Sat. Apr 18th, 2026

ନ୍ୟୁଜ ଡେକ୍ସ : ବଲିଉଡ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବାବେଳେ ତାଙ୍କ ଆଗାମୀ ପ୍ରକଳ୍ପଗୁଡ଼ିକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଛି। ‘ଧୂରନ୍ଧର’ର ସଫଳତା ପରେ ଏବେ ସମସ୍ତଙ୍କ ନଜର ତାଙ୍କ ନୂତନ ଫିଲ୍ମ ଉପରେ ରହିଛି।ଏହି ପରିପ୍ରେକ୍ଷୀରେ ଫିଲ୍ମମେକର ପ୍ରଶାନ୍ତ ବର୍ମା ତାଙ୍କ ଆଗାମୀ ଫିଲ୍ମ ‘ମହାକାଳୀ’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମରେ ଅକ୍ଷୟ ଖାନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିବେ।

ଏହା ମାଧ୍ୟମରେ ସେ ପ୍ରଥମଥର ପାଇଁ ତେଲୁଗୁ ସିନେମାରେ ପଦାର୍ପଣ କରିବେ। ମେକର୍ସ ତାଙ୍କୁ ଅନନ୍ତ ଅସୁର ଗୁରୁ ଭାବେ ପ୍ରଦର୍ଶିତ କରିବାକୁ ଯୋଜନା କରିଛନ୍ତି।ଫିଲ୍ମରେ ଭୂମୀ ଶେଟ୍ଟୀ ମୁଖ୍ୟ ଭୂମିକାରେ ଦେଖାଦେବେ। ଏହା ସିନେମ୍ୟାଟିକ ୟୁନିଭର୍ସର ପ୍ରଥମ ମହିଳା ସୁପରହୀରୋ ଫିଲ୍ମ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ପୂଜା ଅପର୍ଣ୍ଣା କୋଲ୍ଲୁର ନିର୍ଦ୍ଦେଶନା କରୁଛନ୍ତି।ଏପଟେ ଅକ୍ଷୟଙ୍କ ଶୁକ୍ରାଚାର୍ଯ୍ୟ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି।

ଅକ୍ଷୟଙ୍କ ସହ କାମ କରିବାକୁ ପାଇଁ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ପ୍ରଶାନ୍ତ ବର୍ମା କହିଛନ୍ତି। ଏହାସହ, ‘ଧୂରନ୍ଧର’ ପରେ ଅକ୍ଷୟ ଖାନ୍ନା ସିଦ୍ଧାର୍ଥ ପି ମାଲହୋତ୍ରାଙ୍କ ନିର୍ଦ୍ଦେଶନାରେ ‘ଇକ୍କା’ ଫିଲ୍ମରେ ମଧ୍ୟ ଅଭିନୟ କରିବେ। ଏହି ଫିଲ୍ମରେ ସେ ସନୀ ଦେଓଲଙ୍କ ସହ ପରଦା ଭାଗ କରିବେ। ‘ଇକ୍କା’ ଓଟିଟି ପ୍ଲାଟଫର୍ମରେ ମୁକ୍ତି ପାଇବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *