ନ୍ୟୁଜ ଡେକ୍ସ : ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ସେ ଓଡ଼ିଶାରେ ପହଞ୍ଚିବେ । ପ୍ରଥମେ ସେ କଟକ ଗସ୍ତ କରିବେ । ସକାଳ ୧୦ଟାରେ କଟକରେ ତାଙ୍କର କାର୍ୟ୍ୟକ୍ରମ ରହିଛି । ସେଠାରେ ଉଓଝୠର ୫୭ତମ ସ୍ଥାପନା ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ ।
ଏହାପରେ ଗୃହମନ୍ତ୍ରୀ ପାରାଦ୍ଵୀପ ଗସ୍ତ କରିବେ । ସେଠାରେ ଦିନ ୧ଟା ୪୫ ମିନିଟରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟର ଲୋକାର୍ପଣ କରିବେ । ପାରାଦୀପରେ କାର୍ୟ୍ୟକ୍ରମ ସାରି ସେ ଭୁବନେଶ୍ଵର ଫେରିବେ ।
ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ । ପରେ ଭୁବନେଶ୍ୱରର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଶୁଭାରମ୍ଭ କରିବେ ଗୃହମନ୍ତ୍ରୀ ଅମିତ ଶାହ ।

