Mon. Apr 20th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍) ପାଇଁ ତୃତୀୟ ଲିଙ୍ଗ ବର୍ଗର ପ୍ରାର୍ଥୀମାନଙ୍କ ଅନଲାଇନ୍ ଆବେଦନ ଅବଧି ପୁନର୍ବାର ବୃଦ୍ଧି କରାଯାଇଛି। ଏବେ ଆସନ୍ତା ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ଓପିଏସସି ପକ୍ଷରୁ ପୂର୍ବରୁ ଦୁଇଥର ଆବେଦନର ସମୟ ସୀମା ବୃଦ୍ଧି କରାଯାଇଥିବା ବେଳେ ଏହା ତୃତୀୟଥର ପାଇଁ ସମୟ ସୀମା ବଢ଼ାଯାଇଛି।

ତେବେ ଏହା ପରେ ଆଉ କୌଣସି ପରିସ୍ଥିତିରେ ଆବେଦନ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ଓପିଏସସି ସ୍ପଷ୍ଟ କରିଛି।ସମୟ ସୀମା ବୃଦ୍ଧି ହେବା ସହ ପ୍ରାର୍ଥୀମାନେ ପରୀକ୍ଷା ପାଇଁ ପଞ୍ଜୀକରଣ, ପରୀକ୍ଷା ଫି’ ଦାଖଲ ଓ ଅନଲାଇନ୍ ଆବେଦନ କରିପାରିବେ। ତୃତୀୟ ଲିଙ୍ଗ ବର୍ଗର ପ୍ରାର୍ଥୀମାନଙ୍କୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର କିମ୍ବା ସାର୍ଟିଫିକେଟ୍ ଅନଲାଇନ୍‌ରେ ଅପଲୋଡ୍ କରିବାକୁ ହେବ।

ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିବା ଅନିବାର୍ଯ୍ୟ ବୋଲି ସୂଚନା ଦିଆଯାଇଛି। ପୂର୍ବରୁ ପଞ୍ଜୀକରଣ ଅବଧି ଫେବୃଆରୀ ୨୦ ତାରିଖରେ ଶେଷ ହେବାକୁ ଥିଲା, ଯାହାକୁ ପରେ ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଏହାସହ ଆବେଦନର ଶେଷ ତାରିଖ ପ୍ରଥମେ ମାର୍ଚ୍ଚ ୭ ରଖାଯାଇଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ମାର୍ଚ୍ଚ ୧୨ ପର୍ଯ୍ୟନ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *