ନ୍ୟୁଜ ଡେକ୍ସ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । X ରେ କହିଛନ୍ତି, “ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଏକ ପୋଷ୍ଟ ଜାରି କରି ରାଷ୍ଟ୍ରପତି ଲେଖିଛନ୍ତି, “ପବିତ୍ର ରଥଯାତ୍ରା ଅବସରରେ, ମୁଁ ଭାରତ ଏବଂ ବିଦେଶରେ ରହୁଥିବା ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ଲକ୍ଷ ଲକ୍ଷ ଭକ୍ତ ରଥ ଉପରେ ପ୍ରଭୁ ବଳଭଦ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଦିବ୍ୟ ଆନନ୍ଦ ଅନୁଭବ କରନ୍ତି।”ଏଥିସହିତ ରାଷ୍ଟ୍ରପତି ମୁର୍ମୁ ତାଙ୍କ ବାର୍ତ୍ତାରେ ବିଶ୍ୱ ଶାନ୍ତି, ବନ୍ଧୁତା ଏବଂ ସଦ୍ଭାବ ପାଇଁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ରଥଯାତ୍ରାର ବିଶେଷତ୍ୱ ହେଉଛି ଦେବତାମାନଙ୍କର ମାନବୀୟ ଦିବ୍ୟ ଲୀଳା। ଏହି ପବିତ୍ର ଅବସରରେ, ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସମଗ୍ର ବିଶ୍ୱରେ ଶାନ୍ତି, ମୈତ୍ରୀ ଏବଂ ସଦ୍ଭାବନା ବିରାଜମାନ ହେଉ।”
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା। ବିଶ୍ୱାସ ଏବଂ ଭକ୍ତିର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ, ଏହା ମୋର କାମନା। ଜୟ ଜଗନ୍ନାଥ ।

