Fri. Apr 17th, 2026

ନ୍ୟୁଜ ଡେକ୍ସ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥାରାଇଟ୍ସରେ ଅସ୍ତ୍ରପୋଚାର ପାଇଁ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରିିଥିଲେ । ବର୍ତ୍ତମାନ ତାଙ୍କର ଅସ୍ତ୍ରପୋଚାର ସଫଳ ହୋଇଥିବା ବେଳେ ସେ ସୁସ୍ଥ ରହିଥିବା ମଧ୍ୟ ଜଣାପଡ଼ିଛି ।

ତେବେ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କର ଆଶୁ ଆରୋଗ୍ୟ କାମନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଫୋନ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଜନିତ ମେରୁଦଣ୍ଡ ସର୍ଜରୀ ହୋଇଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କର ଶୀଘ୍ର ଓ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭକାମନା ଜଣାଇଥିଲେ।

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଏବଂ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ନବୀନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଷ୍ଟାଲିନ୍ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ।ଉଲ୍ଲେଖ କରିଛନ୍ତି ଯେ ସେ ସର୍ଜରୀ କରିଥିବା କୋଏମ୍ବାଟୁରର ଅର୍ଥୋପେଡିକ୍ ସର୍ଜନ ଏବଂ ଗଙ୍ଗା ମେଡିକାଲ୍ ସେଣ୍ଟର ଏବଂ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ଏସ୍ ରାଜଶେଖରନଙ୍କ ସହ କଥା ହୋଇଥିଲେ।

Leave a Reply

Your email address will not be published. Required fields are marked *