ନ୍ୟୁଜ ଡେକ୍ସ : ରାଜଧାନୀରେ ଅବକାରୀ ବିଭାଗ ସ୍କ୍ୱାଡ ଏକ ବଡ଼ ସଫଳତା ହାସଲ କରିଛି। ପାଇଖାନା ଟାଙ୍କିରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଦେଶୀ ମଦ ଉଦ୍ଧାର ହୋଇଛି। ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଏବଂ ଇନଫୋସିଟି ଅଞ୍ଚଳରେ ଏକାଧିକ ସ୍ଥାନରେ ଚଢାଉ କରି ଅବକାରୀ ବିଭାଗ ୫୪୦ ଲିଟର ଦେଶୀ ମଦ ଜବତ କରିଛି।
ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ପାଇଖାନା ଟାଙ୍କିକୁ ମଦ ଲୁଚାଇବା ପାଇଁ ସଫଲ ଉପାୟ ଭାବେ ବ୍ୟବହାର କରୁଥିଲେ। ଗୁପ୍ତ ସୂଚନା ମିଳିବା ପରେ ଅବକାରୀ ସ୍କ୍ୱାଡ ଯୋଜନାବଦ୍ଧ ଭାବେ ଅଭିଯାନ ଚାଲିଥିଲା ଓ ସଫଳତାର ସହିତ ବିଶାଳ ପରିମାଣର ମଦ ଉଦ୍ଧାର କରିପାରିଥିଲା।
ଅଭିଯାନ ସମୟରେ ୫ ଜଣ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଅବକାରୀ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି ଏବଂ ଆଗାମୀ ତଦନ୍ତ ଚାଲିଛି।ଅବକାରୀ ବିଭାଗ ସ୍ପଷ୍ଟ କରିଛି ଯେ, ଭୁବନେଶ୍ବର ସହରରେ ଅବୈଧ ମଦ ଚକ୍ରକୁ ସମୂଳ ମୂଳୋତ୍ପାଟନ କରିବା ପାଇଁ ଏହିପରି ଅଭିଯାନ ଜାରି ରହିବ।

