Sat. Apr 18th, 2026

ନ୍ୟୁଜ ଡେକ୍ସ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନର୍ବାର ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ଭାବେ ମାନ୍ୟତା ଲାଭ କରିଛନ୍ତି। ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନ୍‌ସଲ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ମୋଦୀଙ୍କ ଗ୍ରହଣୀୟତା ରେଟିଂ ୭୦ ପ୍ରତିଶତ ରହିଛି। ଏହା ସହିତ ସେ ବିଶ୍ୱର ଶୀର୍ଷସ୍ଥ ନେତା ଭାବେ ଅବସ୍ଥାନ କରୁଛନ୍ତି।

ସର୍ଭେରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଇ-ମ୍ୟୁଙ୍ଗ୍‌ ୬୩ ପ୍ରତିଶତ ଗ୍ରହଣୀୟତା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ଚେକ୍‌ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ବାବିସ୍‌ ୫୫ ପ୍ରତିଶତ ସହ ଅଛନ୍ତି।ଅନ୍ୟପଟେ, ବିଶ୍ୱର ସବୁଠୁ ଅପ୍ରିୟ ନେତାଙ୍କ ତାଲିକାରେ ଜର୍ମାନୀର ଚାନ୍‌ସେଲର ଫ୍ରେଡେରିକ୍‌ ମର୍ଜ ସର୍ବାଗ୍ରେ ରହିଛନ୍ତି।

ସର୍ଭେରେ ସାମିଲ ଥିବା ୭୮ ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟକଳାପ ପ୍ରତି ଅସନ୍ତୁଷ୍ଟ ବୋଲି କୁହାଯାଇଛି। ଏହି ତାଲିକାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୭୫ ପ୍ରତିଶତ ନାପସନ୍ଦ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *