Sat. Apr 18th, 2026

ନ୍ୟୁଜ ଡେକ୍ସ : ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହୋଇଛି। ଯାତ୍ରା ପାଇଁ ପୂର୍ବରୁ ଲକ୍ଷାଧିକ ଭକ୍ତ ପଞ୍ଜିକରଣ କରିସାରିଥିବାବେଳେ, ଅଫଲାଇନ ପଞ୍ଜିକରଣ ଆରମ୍ଭ ହେବା ସହିତ ପ୍ରଥମ ଦିନରେ ୨,୭୧୩ ଜଣ ଭକ୍ତ ନାମ ନୋଦାଇଛନ୍ତି।ହରିଦ୍ୱାର ଓ ଋଷିକେଶ ସହ ହର୍ବର୍ଟପୁର ଏବଂ ନୟା ଗାଁରେ ଥିବା କେନ୍ଦ୍ରଗୁଡ଼ିକରେ ଅଫଲାଇନ ପଞ୍ଜିକରଣ ସୁବିଧା ରହିଛି।

ପ୍ରଥମ ଦିନରେ ହରିଦ୍ୱାରରେ ୧,୦୪୩ ଜଣ ଏବଂ ଋଷିକେଶରେ ୧,୬୭୦ ଜଣ ଭକ୍ତ ପଞ୍ଜିକରଣ କରିଛନ୍ତି।ଆସନ୍ତା ଏପ୍ରିଲ ୧୯ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହେବ। ଏପର୍ଯ୍ୟନ୍ତ ଅନଲାଇନ ଓ ଅଫଲାଇନ ମିଶିତିବା ପଞ୍ଜିକରଣ ସଂଖ୍ୟା ୧୮.୪୧ ଲକ୍ଷରେ ପହଞ୍ଚିଛି। ଅନଲାଇନ ପଞ୍ଜିକରଣ ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିଲା।ଏହି ବର୍ଷ ଯାତ୍ରାରେ ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ଧାମର ଦ୍ୱାର ଏପ୍ରିଲ ୧୯ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ଖୋଲିବ। ପରବର୍ତ୍ତୀ ଭାବେ କେଦାରନାଥ ଧାମ ଏପ୍ରିଲ ୨୨ ତାରିଖରେ ଏବଂ ବଦ୍ରିନାଥ ଧାମ ଏପ୍ରିଲ ୨୩ ତାରିଖରେ ଭକ୍ତଙ୍କ ପାଇଁ ଖୋଲାଯିବ। ଏହା ସହ ୨୩ ଏପ୍ରିଲ ସୁଦ୍ଧା ସମସ୍ତ ଚାରିଧାମର ଦ୍ୱାର ଖୋଲିଯିବ।

ଯେଉଁମାନେ ଅନଲାଇନ ପଞ୍ଜିକରଣ କରିପାରିନାହାନ୍ତି, ସେମାନେ ଅଫଲାଇନ ମାଧ୍ୟମରେ ନିଜ ପଞ୍ଜିକରଣ ସମ୍ପୂର୍ଣ୍ଣ କରିପାରିବେ। ଅନଲାଇନ ପଞ୍ଜିକରଣ ପାଇଁ ଉତ୍ତରାଖଣ୍ଡ ପର୍ଯ୍ୟଟନ ୱେବସାଇଟ୍‌କୁ ଯାଇ ମୋବାଇଲ୍ ନମ୍ବର ଦେଇ ଆକାଉଣ୍ଟ୍ ସୃଷ୍ଟି କରିବା ପରେ ଓଟିପି ଯାଞ୍ଚ କରି ଲଗଇନ କରିବାକୁ ପଡ଼ିବ।ତା’ପରେ ଯାତ୍ରା ତାରିଖ ଓ ଧାମ ଚୟନ କରି ସମସ୍ତ ବିବରଣୀ ଭରି ଫଟୋ ଅପଲୋଡ୍ କରି ଫର୍ମ ଦାଖଲ କଲେ, ଭକ୍ତମାନେ କ୍ୟୁଆର କୋଡ୍ ସହ ପାସ୍ ପାଇବେ, ଯାହାକୁ ସୁରକ୍ଷିତ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *