Fri. Jun 5th, 2026

ନ୍ୟୁଜ ଡେକ୍ସ : ବୁଥ୍ ଲେଭଲ ଅଫିସର (BLO) ମାନଙ୍କ ପାଇଁ ଖୁସିର ଖବର। ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ ଦୁଇଗୁଣ ବୃଦ୍ଧି କରାଯାଇଛି। ପୂର୍ବରୁ ୬ ହଜାର ଟଙ୍କା ମିଳୁଥିବା ପାରିଶ୍ରମିକକୁ ବଢ଼ାଇ ୧୨ ହଜାର ଟଙ୍କା କରାଯାଇଛି ବୋଲି କମିଶନଙ୍କ ପକ୍ଷରୁ ଘୋଷଣା ହୋଇଛି।

ସେହିପରି ଇଲେକ୍ଟୋରାଲ ରୋଲ ରିଭିଜନ ପ୍ରକ୍ରିୟାରେ କାର୍ଯ୍ୟରତ BLO ମାନଙ୍କ ପାଇଁ ମିଳୁଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହାଦ୍ୱାରା ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସେମାନଙ୍କର ଉତ୍ସାହ ଆଉ ଅଧିକ ବଢିବ ବୋଲି ଆଶା କରାଯାଉଛି।ଏହା ସହ ବୁଥ୍ ଲେଭଲ ଅଫିସର ସୁପରଭାଇଜରମାନଙ୍କ ପାରିଶ୍ରମିକକୁ ୧୨ ହଜାର ଟଙ୍କାରୁ ବଢ଼ାଇ ୧୮ ହଜାର ଟଙ୍କା କରାଯାଇଛି।

ସେହିପରି ସହାୟକ ନିର୍ବାଚନ ରେଜିଷ୍ଟ୍ରେସନ୍ ଅଫିସର (ଏଏଆରଓ) ଏବଂ ନିର୍ବାଚନ ରେଜିଷ୍ଟ୍ରେସନ୍ ଅଫିସର (ଇଆରଓ)ଙ୍କ ଦରମାକୁ ୨୫ ହଜାର ଟଙ୍କାରେ ନିର୍ଦ୍ଧାରିତ କରାଯାଇଛି।ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ BLO ଓ ନିର୍ବାଚନ କର୍ମଚାରୀମାନେ ସ୍ୱାଗତ କରିଛନ୍ତି। ଏହା ଦ୍ୱାରା ଭୋଟର ତାଲିକା ସଠିକତା ଓ ନିର୍ବାଚନ ପ୍ରକ୍ରିୟାର ଗୁଣମାନ ଆହୁରି ଉନ୍ନତ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *