Fri. Apr 17th, 2026

ନ୍ୟୁଜ ଡେକ୍ସ : ଦୀପାବଳି ଅବସରରେ ପୁରୀ ବେଳାଭୂମି ପୁନିଥରେ ଏକ ଅଦ୍ୱିତୀୟ ବାଲୁକା ଶିଳ୍ପକୃତି ଦ୍ୱାରା ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶାର ଗରିମା ବଢ଼ାଇଛି। ପଦ୍ମଶ୍ରୀ ସମ୍ମାନିତ ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦ୍ୱାରା ନିର୍ମିତ ଏହି ବାଲୁକା କଳାରେ ମାଆ କାଳୀଙ୍କ ବିଶାଳ ପ୍ରତିକୃତି ସୃଷ୍ଟି କରାଯାଇଛି।

ଏହି ଅଦ୍ଭୁତ କଳା କୃତିରେ ପ୍ରାୟ ୬ ଟନ ବାଲି ଓ ୧,୦୦୦ ଟିଏ ମାଟିର ଦୀପ ବ୍ୟବହାର କରି, ଦୀପାବଳି ର ଆଲୋକ ଓ ଶକ୍ତିର ଏକ ସାମ୍ଯ ଉପସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ଦୀପାବଳି ଶୁଭେଚ୍ଛା ସହ ପରିବେଶ ଓ ପରମ୍ପରାର ସନ୍ଦେଶ ମଧ୍ୟ ଦେଇଛନ୍ତି। ଏହି କଳାକୃତି ନିର୍ମାଣ ପାଇଁ ୬ ଟନ ବାଲି ବ୍ୟବହାର କରାଯାଇଛି । ଏହି ଆକର୍ଷଣୀୟ ବାଲୁକଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତର ବାର୍ତ୍ତା ମଧ୍ୟ ବାଲୁକା କଳାରେ ପ୍ରଦାନ କରିଛନ୍ତି ସୁଦର୍ଶନ। ପ୍ରଦୂଷଣ ମୁକ୍ତ ପାଇଁ ସମସ୍ତେ ସବୁଜ ବାଣ ଫୁଟେଇବା ସହ ସୁରକ୍ଷିତ ଭାବେ ବାଣ ଫୁଟାଇବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *