Fri. Apr 17th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭୁବନେଶ୍ୱରର ବିମାନ ସେବା ଉପରେ ପଡ଼ିଛି । ଏହାର ପ୍ରଭାବରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ଚାଲୁଥିବା ଆନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଛି । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଯୁଦ୍ଧ ପରିସ୍ଥିତି ଯୋଗୁଁ ପୂର୍ବରୁ ଦୁବାଇକୁ ଯାଉଥିବା ବିମାନ ସେବା ମଧ୍ୟ ବନ୍ଦ ହୋଇଥିଲା ।

ବର୍ତ୍ତମାନ ଭୁବନେଶ୍ୱରରୁ କେବଳ ଗୋଟିଏ ଆନ୍ତର୍ଜାତୀୟ ବିମାନ ବ୍ୟାଙ୍କକକୁ ଚାଲୁ ରହିଛି ।ଏହା ସହିତ କିଛି ବିମାନ ସେବା ଅଫ୍‌ ସିଜନ ହେତୁ ବନ୍ଦ କରାଯାଇଥିବା ବେଳେ ବିମାନ ଇନ୍ଧନ ସମ୍ପର୍କରେ କୌଣସି ସମସ୍ୟା ନଥିବାକୁ ସେ ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷର ଗ୍ରୀଷ୍ମ ସିଡ୍ୟୁଲ ମଧ୍ୟ ଜାରି ହୋଇଛି ।

ନୂଆ ସିଡ୍ୟୁଲ ଅନୁସାରେ ଭୁବନେଶ୍ୱରରୁ କିଛି ଘରୋଇ ଗନ୍ତବ୍ୟସ୍ଥଳକୁ ବିମାନ ସେବା ବନ୍ଦ କରାଯାଇଛି । ଇନ୍ଦୋର, ଡେରାଡୁନ ଓ କୋଚିକୁ ଯାଉଥିବା ବିମାନ ସେବାକୁ ସ୍ଥଗିତ କରାଯାଇଥିବା ବିମାନବନ୍ଦର ପକ୍ଷରୁ ଜଣାଯାଇଛି ।ଏହି ପରିସ୍ଥିତିରେ ଯାତ୍ରୀମାନେ ବିକଳ୍ପ ବିମାନ ସେବା ଓ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *