Fri. Apr 17th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ନିଷ୍ପତ୍ତି ପରେ ଏନେଇ ଶକ୍ତି ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗାଇଡଲାଇନ ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଥିବା ୮ ଲକ୍ଷ ୭୫ ହଜାର ଉପଭୋକ୍ତାଙ୍କ ପୁରୁଣା ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ଏହା ପାଇଁ ପ୍ରାୟ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି, ୨ ଲକ୍ଷ ୭୮ ହଜାର ୧୦୦ ଜଣ ନୂଆ ଉପଭୋକ୍ତାଙ୍କୁ ସଂଯୋଗ ସମୟରେ ସ୍ମାର୍ଟ ମିଟର ଲଗାଇବାକୁ ୮୮ କୋଟି ଟଙ୍କା ବ୍ୟୟ ହେବ।ଏହାସହିତ, ମାର୍ଚ୍ଚ ୨୦୨୫ ପୂର୍ବରୁ ଯେଉଁ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଲଗାଇ ସାରିଛନ୍ତି, ସେମାନଙ୍କ ମିଟର ଭଡା ବାବଦକୁ ୩୦୭ କୋଟି ଟଙ୍କା ସରକାର ବହନ କରିବେ।

ସୂଚନା ଅନୁଯାୟୀ, ସ୍ମାର୍ଟ ମିଟରଗୁଡ଼ିକ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ। ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ପୃକ୍ତ ବିଦ୍ୟୁତ ବଣ୍ଟନ କମ୍ପାନୀ (DISCOM) ଦ୍ୱାରା କରାଯିବ। ସ୍ମାର୍ଟ ମିଟର ବ୍ୟବସ୍ଥା ଆସିଲେ ବିଦ୍ୟୁତ ବିଲିଂରେ ସ୍ୱଚ୍ଛତା ବଢ଼ିବା ସହ ଉପଭୋକ୍ତାମାନେ ନିଜ ଖର୍ଚ୍ଚ ଉପରେ ସହଜରେ ନଜର ରଖିପାରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *