ନ୍ୟୁଜ ଡେକ୍ସ :ଲାଞ୍ଚ ନେଇ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ସରକାରୀ କାର୍ଯ୍ୟାଳୟର ସହକାରୀ ରାଜସ୍ୱ ନୀରିକ୍ଷକ (ARI) ଅଭିମନ୍ୟୁ ବେହେରା। ଜମିର କିସମ ପରିବର୍ତ୍ତନ ପାଇଁ ଜମି ମାଲିକଙ୍କ ଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲା। ସୂଚନା ଅନୁଯାୟୀ, ପ୍ରଥମେ ARI ବେହେରା ଜମି ମାଲିକଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ଜମି ମାଲିକ ଏତେ ଟଙ୍କା ଦେବାକୁ ଅସମର୍ଥ ହେବା ପରେ ସେହି ପରିମାଣକୁ କମାଇ ୧୨,୦୦୦ ଟଙ୍କା କରାଯାଇଥିଲା।ଅବଶେଷରେ ଜମି ମାଲିକ, ଅନ୍ୟ ଉପାୟ ନପାଇ, ଏହା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ଅପରେସନ୍ ପ୍ରସ୍ତୁତ କରି କାର୍ଯ୍ୟାଳୟରେ ଚଢାଉ କରିଥିଲା। ସୂଚନା ଅନୁସାରେ ଜମି ମାଲିକଙ୍କୁ ପ୍ରଥମେ ଏଆରଆଇ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ ଜମି ମାଲିକ। ତେଣୁ ଏଆରଆଇ ବେହେରା ଲାଞ୍ଚ ପରିମାଣକୁ ହ୍ରାସ କରି ୧୨,୦୦୦ ଟଙ୍କା କଲେ।
ଶେଷରେ ଜମି ମାଲିକ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ, ଓଡ଼ିଶା ଭିଜିଲାନ୍ସର ଟିମ ଆଜି ଅଭିମନ୍ୟୁ ବେହେରାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ ହ୍ୟାଣ୍ଡରେ ଧରିଥିଲା। ଅଭିଯୁକ୍ତଙ୍କ କବଜାରୁ ସମସ୍ତ ଲାଞ୍ଚ ୧୨,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଅଭିଯୁକ୍ତ ARIଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

