Wed. Jun 17th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ସାଇବର ଅପରାଧ ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧକୁ ରୋକିବା ସହ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ଦେବା ଏହି କୋର୍ଟଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ରହିବ ।ମନ୍ତ୍ରୀଙ୍କ କହିବାନୁସାରେ, ସାଇବର ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ସ୍ୱତନ୍ତ୍ର କୋର୍ଟରେ ନିଯୁକ୍ତ ବିଚାରପତିମାନେ ସାଇବର ଆଇନ ଓ ଆଧୁନିକ ଟେକ୍ନୋଲୋଜି ସମ୍ପର୍କିତ ବିଶେଷ ଜ୍ଞାନ ରଖିବେ । ଏହାଦ୍ୱାରା ଡିଜିଟାଲ ପ୍ରମାଣ ଓ ଜଟିଳ ତଥ୍ୟଗୁଡ଼ିକର ସଠିକ ବିଶ୍ଳେଷଣ ସହଜ ହେବ ବୋଲି ସେ କହିଛନ୍ତି ।ଏହାସହ ମହିଳାଙ୍କ ସମ୍ବନ୍ଧୀୟ ମାମଲାର ଶୀଘ୍ର ସମାଧାନ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ୭ଟି କୋର୍ଟ ଖୋଲିବା ନେଇ ମଧ୍ୟ ଯୋଜନା ଚାଲିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *