ନ୍ୟୁଜ ଡେକ୍ସ : ଆସନ୍ତା ୧୧ ତାରିଖରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ । ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଏହି କାର୍ଯ୍ୟ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଅବସରରେ ପୂର୍ବରୁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଓ ରବିବାର ଠାକୁରଙ୍କ ହଳଦୀ ପାଣି ନୀତି ଥିବାରୁ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ନହେବାକୁ ଏହି କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା ।
ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏବେ ପୁନର୍ବାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ କେଉଁ କେଉଁ ଦିନ ଏହି ପ୍ରକ୍ରିୟା ଚାଲିବ ସେନେଇ ପରେ ସୂଚନା ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

