Wed. Jun 3rd, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ମଧ୍ୟମଗ୍ରାମ ଅଞ୍ଚଳରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ରାଜ୍ୟ ରାଜନୀତିକୁ ପୁଣିଥରେ ସରଗରମ କରିଦେଇଛି । ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ, ମଧ୍ୟମଗ୍ରାମ ଅଞ୍ଚଳରେ ଦିନ ଦ୍ୱିପ୍ରହର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ଶୁଭେନ୍ଦୁ ଅଧିକାରୀଙ୍କ ସହାୟକଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।ଘଟଣାକୁ ନେଇ ବିଜେପି ପକ୍ଷରୁ ଏହାକୁ ଏକ ରାଜନୈତିକ ହତ୍ୟା ବୋଲି ଅଭିଯୋଗ କରାଯାଇଛି । ଦଳ ପକ୍ଷରୁ ଟିଏମସି ଉପରେ ପରୋକ୍ଷ ଭାବେ ଅଙ୍ଗୁଳି ଉଠାଯାଇଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଦୁର୍ବୃତ୍ତମାନେ କେଉଁ କାରଣରୁ ଏବଂ କାହାର ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି, ସେନେଇ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏହି ଘଟଣା ପରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପୁଣିଥରେ ମୁଣ୍ଡ ଟେକିଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜେପି କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *