Sun. Apr 19th, 2026

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ସମ୍ପର୍କରେ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏପ୍ରିଲ୍ ୮, ୯ ଏବଂ ୧୦ ତାରିଖରେ ବାହାର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ସମ୍ପନ୍ନ ହେବ।ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟର ଗଣତି ସୁଚାରୁ ଭାବେ ସରିଥିଲା।

ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଏହି ତିନିଟି ତାରିଖ ନିର୍ଦ୍ଧାରିତ ହୋଇଛି। ଗଣତି ସମୟରେ ଯେପରି ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତି କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ ନହେଉ, ସେଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି।ଏହି ସମ୍ପର୍କରେ ସମସ୍ତ ପ୍ରସଙ୍ଗରେ ପୂର୍ବରୁ ଆଲୋଚନା ସରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା ଅବିଚ୍ଛିନ୍ନ ରଖିବାକୁ ପ୍ରାଥମିକତା ଦିଆଯିବ।ଏହା ସହିତ ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

ରଥଯାତ୍ରାକୁ ସୁଚାରୁ ଭାବେ କରିବା ପାଇଁ ୬ ମାସ ପୂର୍ବରୁ ପ୍ରସ୍ତୁତି ବୈଠକ ଆୟୋଜିତ ହେଉଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସୁଥିବା ବେଳେ ବଡ଼ଦାଣ୍ଡରେ ଯାନଚଳାଚଳ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଅଧିକ ଗାଡ଼ି ପ୍ରବେଶ ନ କରିବାକୁ ପଦକ୍ଷେପ ନିଆଯିବ।ସେହିପରି ରଥଦାଣ୍ଡ ସଂଲଗ୍ନ ରାସ୍ତାଗୁଡ଼ିକର ପ୍ରସସ୍ତିକରଣ କାମ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ମାଧ୍ୟମରେ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ସହଜ ହେବ ବୋଲି ସରକାର ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *